
ନୂଆଦିଲ୍ଲୀ, 27 ଫେବ୍ରୁଆରି (ହି.ସ.)- ଦିଲ୍ଲୀର
ରାଉଜ୍ ଏଭେନ୍ୟୁ କୋର୍ଟ ଅବକାରୀ ନୀତି ମାମଲାରେ ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଓ ପୂର୍ବତନ
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ପୂର୍ବ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସହିତ ସମସ୍ତ ୨୩
ଜଣ ଅଭିଯୁକ୍ତଙ୍କୁ ମୁକ୍ତ କରିଛନ୍ତି।
କୋର୍ଟଙ୍କ ରାୟ ପରେ
ଅରବିନ୍ଦ କେଜରିୱାଲ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ଭାବୁକ ହୋଇପଡ଼ିଥିଲେ ଏବଂ କହିଥିଲେ ଯେ
ସତ୍ୟର ଜୟ ହୋଇଛି। ସେ କହିଥିଲେ, ମୁଁ ଦୁର୍ନୀତିଗ୍ରସ୍ତ ନୁହେଁ। କୋର୍ଟ କହିଛନ୍ତି ଯେ କେଜରିୱାଲ ଓ
ମନୀଷ ସିସୋଦିଆ ସତ୍ୟନିଷ୍ଠ।
ମନୀଷ ସିସୋଦିଆ
ସାମ୍ବାଦିକମାନଙ୍କୁ କହିଥିଲେ ଯେ ଆମେ ପୁଣିଥରେ ଆମ ସମ୍ବିଧାନ ଓ ବି.ଆର୍. ଆମ୍ବେଦକରଙ୍କୁ ଗର୍ବ
କରୁଛୁ,
ଯିଏ ଆମକୁ ଏମିତି ସମ୍ବିଧାନ ଦେଇଛନ୍ତି। ସତ୍ୟର ପୁଣିଥରେ ଜୟ ହୋଇଛି।
ପଞ୍ଜାବର ମୁଖ୍ୟମନ୍ତ୍ରୀ
ଭଗବନ୍ତ ସିଂହ ମାନ ସୋସିଆଲ୍ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି କହିଥିଲେ ଯେ ସତ୍ୟର ସର୍ବଦା ଜୟ ହୁଏ। ‘ଆଆପା’ ସୁପ୍ରିମୋ ଅରବିନ୍ଦ କେଜରିୱାଲ ଓ ଦିଲ୍ଲୀର ପୂର୍ବ ଉପମୁଖ୍ୟମନ୍ତ୍ରୀ
ମନୀଷ ସିସୋଦିଆଙ୍କୁ ଦିଲ୍ଲୀ କୋର୍ଟ ଦ୍ୱାରା ମଦ ଘୋଟାଲା ମାମଲାରେ ମୁକ୍ତ କରାଯାଇଛି। କୋର୍ଟଙ୍କ
ଏହି ରାୟ ସତ୍ୟକୁ ସମସ୍ତଙ୍କ ସମ୍ମୁଖରେ ଆଣିଦେଇଛି। ସମୟ ସହ ଅନ୍ୟ ସମସ୍ତ ମାମଲାର ସତ୍ୟତା ମଧ୍ୟ
ପ୍ରକାଶ ପାଇବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା