
ନୂଆଦିଲ୍ଲୀ, ୨୭ ଫେବ୍ରୁଆରି (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ କହିଛନ୍ତି ଯେ, ବଜେଟର ମୂଲ୍ୟାଙ୍କନ ଏହାର ପ୍ରତ୍ୟେକ୍ଷ ଲାଭ କିମ୍ବା ପ୍ରଭାବ ଆଧାରରରେ ନୁହେଁ ବରଂ ଏଥିରେ ଥିବା ନୀତିଗତ ପଦକ୍ଷେପ ଉପରେ କରାଯିବା ଉଚିତ । ଜାତୀୟ ବଜେଟ୍ ଏକ କ୍ଷଣସ୍ଥାୟୀ ବ୍ୟବସାୟିକ ଡକୁମେଂଟ ନୁହେଁ । ଏହା ଏକ ନୀତିଗତ ରୋଡ଼ମ୍ୟାପ । ତେଣୁ ଏହାର ପ୍ରଭାବଶୀଳତାକୁ ନିର୍ଦ୍ଦିଷ୍ଟ ପାରାମିଟର ସହିତ ମୂଲ୍ୟାଙ୍କନ କରାଯିବା ଆବଶ୍ୟକ ।
ପ୍ରଧାନମନ୍ତ୍ରୀ ଆଜି ଭିଡ଼ିଓ କନଫରେନସିଂ ମାଧ୍ୟମରେ ବଜେଟ୍ ପରବର୍ତୀ ୱେବିନାର – ଏକ ବିକଶିତ ଭାରତ ପାଇଁ ପ୍ରଯୁକ୍ତିବିଦ୍ୟା, ସଂସ୍କାର ଏବଂ ଅର୍ଥକୁ ସମ୍ବୋଧିତ କରୁଥିଲେ । ସେ କହିଥିଲେ ଯେ, ବଜେଟକୁ ଭିତିଭୂମି ସୁବିଧାର ବିସ୍ତାର, ଟଙ୍କାର ପ୍ରବାହ, ସହଜ ଜୀବନଯାପନ, ସ୍ୱଚ୍ଛତା ସହିତ ଶାସନ ଏବଂ ଲୋକଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ଦୃଷ୍ଟିକୋଣରୁ ଦେଖିବା ଉଚିତ । ସେ କହିଥିଲେ ଯେ, ଆଜି ଦେଶ ସଂସ୍କାର ଏକ୍ସପ୍ରେସରେ ଯାତ୍ରା କରୁଛି । ଏହି ପ୍ରବାହକୁ ବଜାୟ ରଖିବା ପାଇଁ, ଆମକୁ ନୀତିଗତ ଉଦ୍ଦେଶ୍ୟ ଏବଂ ହାସଲ ଫଳାଫଳ ଉପରେ ଧ୍ୟାନ ଦେବାକୁ ପଡ଼ିବ । ସେ କହିଥିଲେ ଯେ, ଆମକୁ ଏଆଇ ବ୍ଲାକଚେନ ଏବଂ ଡାଟା ଆନାଲିଟିକ୍ସର ବ୍ୟାପକ ବ୍ୟବହାର କରି ସ୍ୱଚ୍ଛତା, ଗତି ଏବଂ ଦାୟିତ୍ୱ ବୃଦ୍ଧି କରିବାକୁ ପଡ଼ିବ ଏବଂ ଅଭିଯୋଗ ସମାଧାନ ବ୍ୟବସ୍ଥାର ପ୍ରଭାବ ଉପରେ ନିରନ୍ତର ନଜର ରଖିବାକୁ ପଡ଼ିବ ।
ଭିତିଭୂମି ସୁବିଧାରେ ସରକାରଙ୍କ ନିବେଶର ସୁଯୋଗ ନେବାକୁ ପ୍ରଧାନମନ୍ତ୍ରୀ ଶିଳ୍ପକୁ ଆହ୍ୱାନ କରିଥିଲେ । ସେ କହିଥିଲେଯେ, ଗତ ୧୧ ବର୍ଷ ମଧ୍ୟରେ ଭିତିଭୂମି ସୁବିଧାର ବିସ୍ତାର ପାଇଁ ବଜେଟ୍ ୨ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ ୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି । ଏତେ ବଡ଼ ପରିମାଣରେ ସରକାରୀ ନିବେଶ ମଧ୍ୟ ଘରୋଇ କ୍ଷେତ୍ର ପାଇଁ ଏକ ସ୍ପଷ୍ଟ ବାର୍ତା ଯେ ଶିଳ୍ପ ଏବଂ ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟ ନୂତନ ଶକ୍ତି ସହିତ ଆଗକୁ ଆସିବା ଉଚିତ । ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ଯେ, ସମୟ ଏବଂ ଟଙ୍କା ଅପଚୟକୁ ଏଡ଼ାଇବା ପାଇଁ ପ୍ରକଳ୍ପ ଅନୁମୋଦନ ଏବଂ ମୂଲ୍ୟାଙ୍କନ ପ୍ରକ୍ରିୟାକୁ ସୁଦୃଢ଼ କରିବା ଅତ୍ୟନ୍ତ ଜରୁରୀ । ମୂଲ୍ୟ-ଲାଭ ଏବଂ ଦୀର୍ଘକାଳୀନ ଖର୍ଚ୍ଚ ଉପରେ ଧ୍ୟାନ ଦିଆଯିବା ଉଚିତ ।
ବଣ୍ଡ ବଜାର ସଂସ୍କାର ଦୀର୍ଘକାଳୀନ ଅଭିବୃଦ୍ଧି, ସ୍ଥିରତା ଏବଂ ବିଦେଶୀ ନିବେଶକୁ ବୃଦ୍ଧି କରିପାରିବ । ଏଥିପାଇଁ ବିଶ୍ୱାସ, ତରଳତା, ନୂତନ ଉପକରଣ ଏବଂ ଉତମ ବିପଦ ପରିଚାଳନା ଆବଶ୍ୟକ । ବଜେଟର ନୂତନ ସୁଯୋଗର ସୁଯୋଗ ନେବା ଏବଂ ଉତମ ଫଳାଫଳ ପ୍ରଦାନ କରିବା ପାଇଁ ଏକାଠି କାମ କରିବାକୁ ସେ ସମସ୍ତ ଅଂଶୀଦାରମାନଙ୍କୁ ନିବେଦନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ