
ଇନ୍ଦୋର, 27 ଫେବ୍ରୁଆରି (ହି.ସ.)- ଲୋକସଭା ବାଚସ୍ପତି
ଓମ୍ ବିର୍ଲାଆଜି ଶୁକ୍ରବାର ମଧ୍ୟପ୍ରଦେଶକୁ ଦିନିକିଆ ଗସ୍ତରେ ଇନ୍ଦୋରରେ ପହଞ୍ଚୁଛନ୍ତି। ସେ ଏଠାରେ
ବୈଷ୍ଣବ ବିଦ୍ୟାପୀଠ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ଯୋଗ ଦେବେ।
ଜନସମ୍ପର୍କ ଅଧିକାରୀ
ମହିପାଲ ଅଜୟଙ୍କ କହିବା ଅନୁଯାୟୀ, ଲୋକସଭା ବାଚସ୍ପତି ବିର୍ଲା ଇନ୍ଦୋର ପହଞ୍ଚିବା ପରେ ରେସିଡେନ୍ସି
କୋଠୀରେ ବିଶ୍ରାମ କରିବେ ଏବଂ ପରେ ପୂର୍ବାହ୍ନ 10:15 ବେଳେ ବୈଷ୍ଣବ ବିଦ୍ୟାପୀଠ ବିଶ୍ୱବିଦ୍ୟାଳୟରେ
ଆୟୋଜିତ ଦୀକ୍ଷାନ୍ତ ସମାରୋହରେ ସହଭାଗୀ ହେବେ।
ଲୋକସଭା ବାଚସ୍ପତି
ଦ୍ୱିପ୍ରହର 2ଟାରେ ବମ୍ବେ ହସ୍ପିଟାଲ୍ ନିକଟସ୍ଥ ମହେଶ୍ୱରମ୍ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ
ଯୋଗ ଦେବେ। ତାପରେ ସେ ସନ୍ଧ୍ୟା 5:10 ବେଳେ ଇନ୍ଦୋର ରେଲୱେ ଷ୍ଟେସନରୁ କୋଟା ପାଇଁ ପ୍ରସ୍ଥାନ
କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା