
ଜୈସଲମେର, 27 ଫେବ୍ରୁଆରି (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ
ମୁର୍ମୁଶୁକ୍ରବାର
ଜୈସଲମେର ଏୟାରଫୋର୍ସ ଷ୍ଟେସନରୁ ସ୍ୱଦେଶୀ ଲାଇଟ୍ କମ୍ବାଟ୍ ହେଲିକପ୍ଟର ‘ପ୍ରଚଣ୍ଡ’ ରେ ଉଡାଣ ଭରିଛନ୍ତି। ସେ ‘ପ୍ରଚଣ୍ଡ’ ରେ କୋ-ପାଇଲଟ୍ ଭାବେ ଉଡାଣ ଭରିଥିବା ଦେଶର ପ୍ରଥମ ରାଷ୍ଟ୍ରପତି
ହୋଇଛନ୍ତି।
ରାଷ୍ଟ୍ରପତି ଆଜି ସକାଳ
ପ୍ରାୟ 9:15 ବେଳେ ବାୟୁସେନା ଷ୍ଟେସନ୍କୁ ପହଞ୍ଚିଥିଲେ, ସେଠାରେ ତାଙ୍କୁ ହେଲିକପ୍ଟରର ପ୍ରାଯୁକ୍ତିକ ସୂଚନା ଦିଆଯାଇଥିଲା।
ତାପରେ ସେ କକପିଟ୍ରେ ବସି ସକାଳ ପ୍ରାୟ 10:15 ବେଳେ ଗ୍ରୁପ୍ କ୍ୟାପ୍ଟେନ୍ ଏନ୍.ଏସ୍. ବହୁଆଙ୍କ
ସହ ଉଡାଣ ଭରିଥିଲେ। ପ୍ରାୟ 25 ମିନିଟ୍ର ଉଡାଣ ସମୟରେ ସେ ସୀମାଞ୍ଚଳ ଅଞ୍ଚଳ ଏବଂ ପୋଖରନ୍
ଫିଲ୍ଡ ଫାୟାରିଂ ରେଂଜର ଆକାଶୀୟ ପରୀକ୍ଷା କରିଥିଲେ। ଉଡାଣ ସମୟରେ ସେ କକପିଟ୍ରୁ ସ୍ୟାଲୁଟ୍
ମଧ୍ୟ କରିଥିଲେ।
ଏହା ପୂର୍ବରୁ ରାଷ୍ଟ୍ରପତି
ମୁର୍ମୁ ସୁଖୋଇ-30ଏବଂ ରାଫେଲଯୁଦ୍ଧ ବିମାନରେ ମଧ୍ୟ ଉଡାଣ ଭରିଥିବା ପ୍ରଥମ ରାଷ୍ଟ୍ରପତି ରହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା