ଟି-୨୦ ବିଶ୍ଵକପ୍ ମଧ୍ୟରେ ରିଙ୍କୁ ସିଂହଙ୍କ ଉପରେ ଖସିଲା ଦୁଃଖର ପାହାଡ଼, ଯକୃତ କର୍କଟ ରୋଗରେ ପିତାଙ୍କ ପରଲୋକ
ନୂଆଦିଲ୍ଲୀ, ୨୭ ଫେବୃଆରୀ (ହି.ସ.)- ଭାରତୀୟ କ୍ରିକେଟ ଦଳର ବ୍ୟାଟସମ୍ୟାନ୍ ରିଙ୍କୁ ସିଂହଙ୍କ ପିତା ଖଚନ୍ଦ୍ର ସିଂହଙ୍କର ଆଜି ଭୋର୍ ପ୍ରାୟ ୪ଟା ୩୬ ମିନିଟ୍ ସମୟରେ ଷ୍ଟେଜ୍-୪ ଲିଭର୍ କର୍କଟ ରୋଗ ସହିତ ଦୀର୍ଘ ସଂଘର୍ଷ ପରେ ଦେହାନ୍ତ ହୋଇଛି । ସେ ଗ୍ରେଟର ନୋଏଡାର ଯଥାର୍ଥ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟ
ଟି-୨୦ ବିଶ୍ଵକପ୍ ମଧ୍ୟରେ ରିଙ୍କୁ ସିଂହଙ୍କ ଉପରେ ଖସିଲା ଦୁଃଖର ପାହାଡ଼, ଯକୃତ କର୍କଟ ରୋଗରେ ପିତାଙ୍କ ପରଲୋକ


ନୂଆଦିଲ୍ଲୀ, ୨୭ ଫେବୃଆରୀ (ହି.ସ.)- ଭାରତୀୟ କ୍ରିକେଟ ଦଳର ବ୍ୟାଟସମ୍ୟାନ୍ ରିଙ୍କୁ ସିଂହଙ୍କ ପିତା ଖଚନ୍ଦ୍ର ସିଂହଙ୍କର ଆଜି ଭୋର୍ ପ୍ରାୟ ୪ଟା ୩୬ ମିନିଟ୍ ସମୟରେ ଷ୍ଟେଜ୍-୪ ଲିଭର୍ କର୍କଟ ରୋଗ ସହିତ ଦୀର୍ଘ ସଂଘର୍ଷ ପରେ ଦେହାନ୍ତ ହୋଇଛି । ସେ ଗ୍ରେଟର ନୋଏଡାର ଯଥାର୍ଥ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି, ଯେଉଁଠାରେ ସେ ଗତ କିଛି ଦିନ ଧରି ଚିକିତ୍ସାଧୀନ ଥିଲେ ।

ପରିବାର ସଦସ୍ୟଙ୍କ ଅନୁଯାୟୀ, ଖଚନ୍ଦ୍ର ସିଂହ ଭେଂଟିଲେଟର ସପୋର୍ଟରେ ଥିଲେ ଏବଂ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ସ୍ଥିର କରିବା ପାଇଁ ନିରନ୍ତର ରିନଲ ଥେରେପି କରୁଥିଲେ । ସଘନ ଚିକିତ୍ସା ସତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଦେଖାଦେଇଥିଲା ଏବଂ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତାଙ୍କର ଏହି ବ୍ୟକ୍ତିଗତ କ୍ଷତି ଏପରି ସମୟରେ ହୋଇଛି ଯେତେବେଳେକି ଟି-୨୦ ବିଶ୍ୱକପ୍ ରେ ରିଙ୍କୁ ସିଂହ ଭାରତୀୟ ଦଳ ସହିତ ବ୍ୟସ୍ତ ଅଛନ୍ତି । ଜିମ୍ବାୱେ ବିପକ୍ଷରେ ସୁପର ୮ ମୁକାବିଲା ପୂର୍ବରୁ ଯେତେବେଳେ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇପଡିଥିଲା, ସେତେବେଳେ ସେ ଘରକୁ ଫେରି ଆସିଥିଲେ । ପରେ ସେ ଚେନ୍ନାଇ ଟିମ୍ ରେ ପୁଣି ଯୋଗ ଦେଇଥିଲେ । ତଥାପି, ତାଙ୍କ ପିତାଙ୍କ ମୃତ୍ୟୁ ପରେ ସେ ଘରକୁ ଫେରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande