ତାମିଲନାଡୁରେ ବଡ ରାଜନୈତକି ଘଟଣା, ପୂର୍ବତନ ମୁଖ୍ୟମନ୍ତ୍ରୀ ଓ.ପନ୍ନିରସେଲଭମ ଡିଏମକେରେ ସାମିଲ
ଚେନ୍ନାଇ, 27 ଫେବ୍ରୁଆରି (ହି.ସ.)-ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ରାଜନୀତିରେ ବଡ଼ ପରିବର୍ତ୍ତନ ଘଟିଛି। ଅଖିଲ ଭାରତୀୟ ଅନ୍ନା ଦ୍ରାବିଡ଼ ମୁନେତ୍ର କଡଗମ (ଏଆଇଏଡିଏମକେ)ର ଶୀର୍ଷ ପଦରେ ରହିଥିବା ଓ. ପନୀରସେଲଭମ ଦଳ ଛାଡ଼ିଛନ୍ତି। ପୂର୍ବତନ ମୁଖ୍ୟମନ
ଡିଏମକେ


ଚେନ୍ନାଇ, 27 ଫେବ୍ରୁଆରି (ହି.ସ.)-ତାମିଲନାଡୁ

ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ରାଜନୀତିରେ ବଡ଼ ପରିବର୍ତ୍ତନ ଘଟିଛି। ଅଖିଲ ଭାରତୀୟ

ଅନ୍ନା ଦ୍ରାବିଡ଼ ମୁନେତ୍ର କଡଗମ (ଏଆଇଏଡିଏମକେ)ର ଶୀର୍ଷ ପଦରେ ରହିଥିବା ଓ. ପନୀରସେଲଭମ ଦଳ

ଛାଡ଼ିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ପନୀରସେଲଭମ ବର୍ତ୍ତମାନ କ୍ଷମତାସୀନ ଦଳ ଦ୍ରାବିଡ଼

ମୁନେତ୍ର କଳଗମ (ଡିଏମକେ)ରେ ଯୋଗ ଦେଇଛନ୍ତି।

ଗତ କିଛି ଦିନ ଧରି

ଏଆଇଏଡିଏମକେ ଶିବିରରେ ଅସନ୍ତୋଷ ଦେଖାଯାଉଥିଲା। ଦଳର ପୂର୍ବତନ ନେତା ପନୀରସେଲଭମ ଡିଏମକେଙ୍କ

ସମର୍ଥନରେ ବକ୍ତବ୍ୟ ଦେଉଥିଲେ, ଯାହାରୁ ତାଙ୍କର ଅସନ୍ତୋଷ ପ୍ରକାଶ ପାଉଥିଲା। ଶୁକ୍ରବାର ସେ ରାଜ୍ୟର ମୁଖ୍ୟମନ୍ତ୍ରୀ

ଏମ୍.କେ. ଷ୍ଟାଲିନଙ୍କ ଉପସ୍ଥିତିରେ ଡିଏମକେର ସଦସ୍ୟତା ଗ୍ରହଣ କରିଥିଲେ। ପନୀରସେଲଭମ ତିନିଥର

ତମିଳନାଡୁର ମୁଖ୍ୟମନ୍ତ୍ରୀ ରହିଛନ୍ତି ଏବଂ ତାଙ୍କୁ ତାମିଲ ନେତ୍ରୀ ଜୟଲଲିତାଙ୍କ ବିଶ୍ୱାସଯୋଗ୍ୟ

ସହଯୋଗୀ ଭାବେ ମନାଯାଏ।

ପନୀରସେଲଭମଙ୍କ ଏହି

ପଦକ୍ଷେପ ରାଜ୍ୟରେ ନୂତନ ରାଜନୈତିକ ଧ୍ରୁବୀକରଣ ସୃଷ୍ଟି କରିପାରେ। ଏପ୍ରିଲ ୨୦୨୬ର ସମ୍ଭାବ୍ୟ

ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କର ଡିଏମକେରେ ଯୋଗଦାନକୁ ବଡ଼ ରାଜନୈତିକ ପରିବର୍ତ୍ତନ ଭାବେ

ଦେଖାଯାଉଛି। ଏହା ରାଜ୍ୟରେ ରାଜନୈତିକ ସକ୍ରିୟତାକୁ ବଢ଼ାଇଦେଇଛି।

ତାମିଲନାଡୁର ରାଜନୀତିରେ

ଡିଏମକେ ଓ ଏଆଇଏଡିଏମକେ ଦୁଇଟି ପ୍ରମୁଖ ଓ ଶକ୍ତିଶାଳୀ ଦଳ ଭାବେ ପରିଚିତ ଏବଂ ମୁଖ୍ୟ

ପ୍ରତିସ୍ପର୍ଦ୍ଧା ସାଧାରଣତଃ ଏହି ଦୁଇ ଦଳ ମଧ୍ୟରେ ହୁଏ। ଏଆଇଏଡିଏମକେ ଭାରତୀୟ ଜନତା ପାର୍ଟି

ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମହାଗଠବନ୍ଧନ (ଏନ୍ଡିଏ) ସହ ମେଂଟ କରିଛି। ଏହି ମେଂଟରେ

ବିଜେପି,

ତାମିଲ ମାଣିଲା କଂଗ୍ରେସ ଓ ପଟ୍ଟାଳି ମକ୍କଳ କାଚ୍ଚି (ପିଏମକେ) ପରି

ଦଳଗୁଡ଼ିକ ଅଛନ୍ତି। ଅନ୍ୟପଟେ ଡିଏମକେ ଗଠବନ୍ଧନରେ ୨୦୨୧ ବିଧାନସଭା ନିର୍ବାଚନର ସହଭାଗୀ

ଦଳଗୁଡ଼ିକ ସହ ମକ୍କଲ ନିଧି ମୟ୍ୟମ ଓ ଡିଏମଡିକେ ମଧ୍ୟ ମିଶିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande