
ଘଟଗାଁ,୨୮ ଫେବୃଆରୀ(ହି.ସ.) – କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଶିକ୍ଷା ବିଭାଗରେ ଥିବା ବସନ୍ତପୁର ଗ୍ରାମ ପଂଚାୟତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ୪୨ତମ ବାର୍ଷିକ ଉତ୍ସବ ମହା ଆନନ୍ଦରେ ଶାନ୍ତି ଶୃଙ୍ଖଳାରେ ପାଳିତ ହୋଇଯାଇଛି।
ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବସନ୍ତପୁର ସରପଂଚ ପ୍ରହଲ୍ଲାଦ ଚନ୍ଦ୍ର ଫୁତକାର ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଧୀରେନ୍ଦ୍ର ପ୍ରସାଦ ରାଊତ ଯୋଗ ଦେଇଥିବା ସହିତ ସମ୍ମାନୀତ ଅତିଥି ଧ୍ୟାନଚାନ୍ଦ ସେଠୀ ସମିର କୁମାର ମାଝୀ ସାଲେଗାମ ପାତ୍ରଣେଶ୍ୱର ମହାନ୍ତ ଯୋଗ ଦେଇଥିଲେ।
ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା। ଏଠି ଛାତ୍ରଛାତ୍ରୀମାନେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ କଥା ମାନି ବିଦ୍ୟା ଅଧ୍ୟୟନ କଲେ ଭବିଷ୍ୟତ ଉଜ୍ୱଳମୟ ହୋଇ ପାରିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।
ପ୍ରଧାନ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଭିନ୍ନ ଖେଳକୁଦ ଲିଖନ ପଠନ ତର୍କରେ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିଗଣ ପୁରଷ୍କାର ପ୍ରଦାନ କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ