ବାନ୍ଧନଘୋର ଗ୍ରାମ ଠାରେ ତୃତୀୟ ସୁକତେଲ ମହୋତ୍ସବ ଉଦଘାଟିତ
ବଲାଂଗିର, 28 ଫେବ୍ରୁଆରି (ହି.ସ.) ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମ ଠାରେ ତୃତୀୟ ସୁକତେଲ ମହୋତ୍ସବ ଉଦଘାଟିତ ହୋଇଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ନେସନାଲ ସର୍ଭିସ ଫାଉଣ୍ଡେସନ, ବଲାଙ୍ଗିର, ସୁକତେଲ ମହୋତ୍ସବ କମିଟି ଓ ଓଡିଶା ସରକାରଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବି
ବାନ୍ଧନଘୋର ଗ୍ରାମ ଠାରେ ତୃତୀୟ ସୁକତେଲ ମହୋତ୍ସବ ଉଦଘାଟିତ


ବଲାଂଗିର, 28 ଫେବ୍ରୁଆରି (ହି.ସ.)

ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମ ଠାରେ ତୃତୀୟ ସୁକତେଲ ମହୋତ୍ସବ ଉଦଘାଟିତ ହୋଇଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ନେସନାଲ ସର୍ଭିସ ଫାଉଣ୍ଡେସନ, ବଲାଙ୍ଗିର, ସୁକତେଲ ମହୋତ୍ସବ କମିଟି ଓ ଓଡିଶା ସରକାରଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ମହୋତ୍ସବ ୨୮ ଫେବୃୟାରୀରୁ ୩ ମାର୍ଚ୍ଚ ପର୍ଯ୍ୟନ୍ତ ଚାରି ଦିନ ବ୍ୟାପି ଅନୁଷ୍ଠିତ ହେବ । ଲୁପ୍ତ ପ୍ରାୟ ଲୋକନୃତ୍ୟ, ଗୀତ ସହିତ କଳାକାର ସମାବେଶ, ସଂସ୍କୃତି ଚର୍ଚ୍ଚା ଓ ସମ୍ବର୍ଦ୍ଧନା ଉତ୍ସବ ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ବରଗଡ଼, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୂଆପଡା ଜିଲ୍ଲାରୁ ଦଣ୍ଡ କଳାକାର ଓ ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ ପରିବେଷଣ କରିବେ । ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା ମଧ୍ୟ ପ୍ରଦାନ କରାଯିବ । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବ୍ୟାଙ୍କ ଅଫ ବରୋଦାର ମ୍ୟାନେଜର ସୁବ୍ରତ ନାୟକ ମୁଖ୍ୟ ଅତିଥି ଓ ଅନ୍ୟତମ ଅତିଥି ଭାବରେ ସଙ୍ଗୀତ ସାଧନା ଅନୁଷ୍ଠାନର ମୁଖ୍ୟ ଶଙ୍କର ବେହେରା ଯୋଗ ଦେଇଥିଲେ । ବରିଷ୍ଠ ଶିକ୍ଷାବିତ ଓ ସଂସ୍କୃତି ଗବେଷକ ଟଙ୍କଧର ଛତ୍ରିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାରେ ସଭାପତିତ୍ୱ କରିଥିଲେ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ । ଉପଦେଷ୍ଟା ମଳୟ ଆନନ୍ଦ କୁମାର ତ୍ରିପାଠୀଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ସଂଯୋଜନା କରିଥିଲେ ଦେବାଶିଷ ପାଣ୍ଡିଆ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବିଶ୍ୱଜିତ କୁମାର ନାଥ । ପ୍ରଥମ ଥର କଂସ ଦରବାର ସହିତ ଲୋକଙ୍କର ମନୋରଞ୍ଜନ ପାଇଁ ମୀନାବଜାରର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଦିବସରେ ମନ୍ତ୍ରୀ, ବିଧାୟକ ତଥା ପ୍ରଶାସନିକ ଅଧିକାରୀମାନେ ଯୋଗଦେବେ ବୋଲି ଆୟୋଜକମାନେ ସୂଚନା ପ୍ରଦାନ କରିଛନ୍ତି । ଏହି ମହୋତ୍ସବରେ ଆଖପାଖ ଦଶଟି ପଂଚାୟତ ତଥା ସୁକତେଲ ବିସ୍ଥାପିତ କଲୋନୀର ହଜାର ହଜାର ଜନସାଧାରଣ ଯୋଗ ଦେଇ ନିଜର ସାଂସ୍କୃତିକ ଭାବର ଆଦାନ ପ୍ରଦାନ କରିବେ । ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ସଂଗୀତ ସାଧନା ଲୋଇସିଂହା ଓ ଢାପ ପଏଁରୀ କଳା ପରିଷଦ ଟିଟିଲାଗଡର କଳାକାରମାନେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande