
ପୁରୀ, ୨୮ ଫେବୃଆରୀ (ହି.ସ.)- ପୁରୀ ଜିଲ୍ଲାରେ କାର୍ଯ୍ୟରତ ଚାରି ଜଣ ଅଧିକାରୀ ଦୀର୍ଘ ସେବାଜୀବନ ସମାପ୍ତ କରି ଶୃଙ୍ଖଳିତ ଭାବରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସଭାଗୃହରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ପୁରୀ ପୋଲିସ୍ ତରଫରୁ ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମହେଶ୍ୱର ସେଠୀ ୨୯.୧୧.୧୯୮୯ ରିଖରେ ଓଡିଶା ପୋଲିସ୍ ବିଭାଗରେ ଯୋଗଦାନ କରି ପୁରୀ ଜିଲ୍ଲାରେ ଡ଼ିଏସପି ଭାବେ ନିଷ୍ଠା ଓ କର୍ତ୍ତବ୍ୟନିଷ୍ଠା ସହ ଦୀର୍ଘବର୍ଷ ଧରି ସୁଚାରୁ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ଭୁବନ ମୋହନ ସାମନ୍ତରାୟ ୦୨.୦୭.୧୯୯୨ ରିଖରେ ଓଡିଶା ପୋଲିସ୍ ବିଭାଗରେ ଯୋଗଦାନ କରି ପୁରୀ ଜିଲ୍ଲାରେ ଇନ୍ସପେକ୍ଟର ଭାବେ ଦାୟିତ୍ୱ କରି ସେବାରେ ଉତ୍କୃଷ୍ଟ ଅବଦାନ ରଖିଥିଲେ । ରବୀନ୍ଦ୍ରନାଥ ବେହେରା ୧୩.୦୭.୧୯୯୨ ରିଖରେ କନେଷ୍ଟବଳ ଭାବେ ଯୋଗଦାନ କରି ପରବର୍ତ୍ତୀ ସମୟରେ ଏଏସଆଇ ପଦବୀକୁ ପଦୋନ୍ନତି ପାଇ ପୁରୀ ଜିଲ୍ଲାରେ ନିଷ୍ଠାପୂର୍ଣ୍ଣ ଭାବରେ କର୍ତ୍ତବ୍ୟ ପାଳନ କରିଥିଲେ । କୃଷ୍ଣଚନ୍ଦ୍ର ସେଠୀ ୨୧.୦୩.୧୯୯୧ ରିଖରେ କନେଷ୍ଟବଳ ଭାବେ ଯୋଗଦାନ କରି ପୁରୀ ଜିଲ୍ଲାର ବିଭିନ୍ନ ଥାନାରେ ସତ୍ୟନିଷ୍ଠା ଓ ଶୃଙ୍ଖଳାପୂର୍ଣ୍ଣ ଭାବରେ କାର୍ଯ୍ୟ କରିଥିଲେ । ଏହି ଅବସରରେ ଏସପି ପ୍ରତୀକ ସିଂହ ସେମାନଙ୍କର ନିଷ୍ଠା, କର୍ତ୍ତବ୍ୟପରାୟଣତା ଓ ସେବାପ୍ରତି ଅଙ୍ଗୀକାର ପାଇଁ ସମ୍ମାନିତ କରିଥିଲେ ଏବଂ ଭବିଷ୍ୟତ ଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ । ସେମାନଙ୍କର ଦୀର୍ଘ ସେବାଜୀବନରେ ଆଇନ-ଶୃଙ୍ଖଳା ରକ୍ଷା, ଶାନ୍ତି-ଶୃଙ୍ଖଳା ପ୍ରତିଷ୍ଠା ଓ ଲୋକସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରୀ ପୋଲିସ ତରଫରୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଉଛି । ଅବସର ପରବର୍ତ୍ତୀ ଜୀବନ ସୁସ୍ଥ, ସୁଖମୟ ଓ ସମୃଦ୍ଧିମୟ ହେଉ ବୋଲି ପୁରୀ ପୋଲିସ ପରିବାର ପକ୍ଷରୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ