
ଭୁବନେଶ୍ୱର, ୨୮ ଫେବୃୟାରୀ (ହି.ସ)- ରାଜ୍ୟସଭା ନିର୍ବାଚନ ନେଇ ବିଜେଡି ସନ୍ତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ ଘୋଷଣା କରିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦଳର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ଓ ବିଧାୟକ ସୌଭିକ ବିଶ୍ୱାଳ। ସଂତୃପ୍ତଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଉଭୟ ନବୀନ ନିବାସରେ ହଙ୍ଗାମା କରିଥିବା ସୂଚନା ମିଳିଛି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଭାତ ବିଶ୍ୱାଳ କହିଛନ୍ତି ଯେ ମନ ଭିତରେ ଦୀର୍ଘ ଦିନ ଧରି ଅସନ୍ତୋଷ ରହିଛି।୨୦୧୨ ରୁ ମୋ ମନରେ ଦୁଃଖ ଅଛି। ଯାହା କରିବା ଠିକ୍ କରିବା। ଆଜି ଦୁଃଖ ଲାଗିଲା। ଯିଏ ଦଳ ପାଇଁ କାମ କରିଛି ତାକୁ ପୁରସ୍କୃତ କରାଯାଉ। ଆଦର୍ଶକୁ ବନ୍ଧା ପକେଇନି। ଯିଏ କର୍ମୀ ତାଙ୍କୁ ଆସନ ଦିଆଯାଉ। ଯାହାଙ୍କୁ ଦିଆଯାଇଛି ସେ ଦଳ ପାଇଁ କିଛି କରିନାହାଁନ୍ତି। ୪ ହଜାର କୋଟି ଯିଏ ନେଇ ଯାଇଛି ତାକୁ ଦିଆଗଲା। ଦଳର ନିଷ୍ପତି ସମସ୍ତେ ବସି କି ନିଅନ୍ତୁ। ମୁଁ ଭାବୁଛି ଏକପାଖିଆ ନିଷ୍ପତି ନେଇଛନ୍ତି ନବୀନ ବାବୁ। ଦଳ ମୋର ବହୁ କ୍ଷତି କରିଛି। ମୁଁ କିନ୍ତୁ ଦଳର କ୍ଷତି କରି ନାହିଁ। ପାଣ୍ଡିଆନ୍ ଓ ସୁଜାତା ଦଳ ପାଇଁ କରିଛନ୍ତି।
ପ୍ରଭାତ ଆହୁରି କହିଛନ୍ତି ଯେ ମୋ ସହିତ ନବୀନ ବାବୁ ଆଲୋଚନା କରନ୍ତୁ ବୋଲି ଲିଖିତ ଆକାରରେ ଜଣାଇବି। ଯଦି ନ ଆଲୋଚନା କରିବେ ତେବେ ଦଳଠାରୁ ଦୁରେଇ ଯିବି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା