ବିଜେଡିରୁ ପ୍ରଭାତ ବିଶ୍ୱାଳ ବହିଷ୍କୃତ
ଭୁବନେଶ୍ୱର, ୨୮ ଫେବୃୟାରୀ (ହି.ସ)- ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ୱାଳ। ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା ନେଇ ଦଳ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳର ରାଜ
bjd


prabhat Biswal


ଭୁବନେଶ୍ୱର, ୨୮ ଫେବୃୟାରୀ (ହି.ସ)- ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ୱାଳ। ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା ନେଇ ଦଳ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଛନ୍ତି। ଏନେଇ ବିଜେଡି ଉପସଭାପତି ପ୍ରତାପ ଜେନାଙ୍କ ସୂଚନା ଦେଇଛନ୍ତି।

ବହିଷ୍କାର ପରେ ପ୍ରତିକ୍ରିୟା ରଖି ପ୍ରଭାତ ବିଶ୍ୱାଳ କହିଛନ୍ତି ବିଜେଡି ପାଇଁ ବହୁ ପରିଶ୍ରମ ହୋଇଛି ।ବିଜେଡିର ଆକାଉଂଟ ବାହାର ରାଜ୍ୟରେ ଖୋଲିବା ଗ୍ରହଣୀୟ ନୁହେଁ। ପାର୍ଟିର ଅଜାଣତରେ ବାହାର ରାଜ୍ୟରେ ଖୋଲିଲେ ବରଦାସ୍ତ କରାଯିବନି। ସେଥିପାଇଁ ମୁଁ ରିଆକ୍ଟ କରିଛି । ମୋତେ ଯେଉଁମାନେ ବହିଷ୍କାର କରିଛନ୍ତି ସେମାନେ ରାତି ଅନିଦ୍ରା ହୋଇନାହାନ୍ତି। ମୁଁ ରାତି ଅନିଦ୍ରା କଷ୍ଟ ପାଇଥିବାରୁ ନବୀନ ନିବାସ ଯାଇଥିଲି। ବିଜୁ ଜନତା ଦଳର ୧୮୮ କୋଟି ଟଙ୍କା ଅଛି। ସେମାନେ ଦସ୍ତଖତ କରି ପ୍ରାର୍ଥୀ ହେବା କିପରି ସମ୍ଭବ। ସମୟ ଆସିଗଲା, ସତ୍ୟ ପ୍ରକାଶିତ ହେବ। ଯେଉଁ ୮୦୦ କୋଟି ଟଙ୍କା ଅଛି, କର୍ମୀ ଭାବେ ଆମର ଭାଗ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande