ବିଧବା ବୃଦ୍ଧା ଚାର୍ମି ମୁଣ୍ଡାଙ୍କୁ ସହଯୋଗର ହାତ ବଢାଇଲେ ବିଡ଼ିଓ
କେନ୍ଦୁଝର, ୨୮ ଫେବୃଆରୀ (ହି.ସ.)- ଭିକ ମାଗୁଛନ୍ତି ବାପା''ମା ଛେଉଣ୍ଡ ଦୁଇ ଆଦିବାସୀ ପିଲା.ଏଭଳି ଏକ ସ୍ପର୍ଶକାତର ଘଟଣାକୁ ଖବରକାଗଜ ପୃଷ୍ଠାରୁ ଜାଣି ଆଜି ବାଂଶପାଳ ବ୍ଲକ୍ ର ଲୋକପ୍ରିୟ ବିଡ଼ିଓ ରାଜା ରଣଜିତ ପ୍ରତାପବଳ ତୁରନ୍ତ କୁଡିପଶା ପଞ୍ଚାୟତ କୁଣ୍ଢେଇ ଗ୍ରାମର ଅସହାୟ ବିଧବା ବୃଦ୍ଧା ଚାର୍ମି ମୁ
Bdo help charmi munda


କେନ୍ଦୁଝର, ୨୮ ଫେବୃଆରୀ (ହି.ସ.)- ଭିକ ମାଗୁଛନ୍ତି ବାପା'ମା ଛେଉଣ୍ଡ ଦୁଇ ଆଦିବାସୀ ପିଲା.ଏଭଳି ଏକ ସ୍ପର୍ଶକାତର ଘଟଣାକୁ ଖବରକାଗଜ ପୃଷ୍ଠାରୁ ଜାଣି ଆଜି ବାଂଶପାଳ ବ୍ଲକ୍ ର ଲୋକପ୍ରିୟ ବିଡ଼ିଓ ରାଜା ରଣଜିତ ପ୍ରତାପବଳ ତୁରନ୍ତ କୁଡିପଶା ପଞ୍ଚାୟତ କୁଣ୍ଢେଇ ଗ୍ରାମର ଅସହାୟ ବିଧବା ବୃଦ୍ଧା ଚାର୍ମି ମୁଣ୍ଡାଙ୍କ ଘରେ ପହଞ୍ଚି ତାଙ୍କୁ ତୁରନ୍ତ ଏକ ମାସର ରାସନ୍ ସାମଗ୍ରୀ ଏବଂ ଏକ ନୂତନ ରାସନ୍ କାର୍ଡ ପ୍ରଦାନ ସହିତ ଦୁଇ ପିଲାଙ୍କୁ ଖୁବ୍ ଶୀଘ୍ର ଶିଶୁ ସୁରକ୍ଷା ସେଣ୍ଟରକୁ ପଠାଇବା ବ୍ୟବସ୍ଥା କରିବାପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଚାର୍ମି ଆଦିମ ଜନଜାତି ମୁଣ୍ଡା ବର୍ଗର ଲୋକ ରୋଜଗାର କରିବାକୁ କେହି ନାହିଁ। ଏ ଦୁଇ ପିଲା ଓ ବୁଢୀ ମା' ର ନାହିଁ ନ ଥିବା ଅସୁବିଧା। ଘର ଭଙ୍ଗା ଦଦରା। ଦୁଆର ଅଛି, କବାଟ ନାହିଁ। ଖାଇବାକୁ ଭାତ ନାହିଁ। ପୋଷାକ ନାହିଁ। ମୁଣ୍ଡକୁ ତେଲ ନାହିଁ। ସବୁ କିଛି ନାହିଁ ନାହିଁ। ଚାରି ଆଡେ ଅନ୍ଧାର। କୌଣସି ଲୋକ ପ୍ରତିନିଧିଙ୍କ ଦେଖା ନାହିଁ। ପରିବାର ପୁରା ହତାଶ। ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆଶା ନଜରକୁ ଆସିଛି ଏ ଅବସ୍ଥା। ସ୍ଵେଚ୍ଛାସେବୀ ମାନେ ଯୋଗାଇ ଦେଇଛନ୍ତି - ଚାଉଳ, ଡାଲି, ତେଲ, ଚୁଡା, ଗୁଡ, ସାବୁନ୍, ନଡ଼ିଆ ତେଲ, ଆଳୁ, ପିଆଜ, ମସଲା, ପରିବା ଇତ୍ୟାଦି। ଏହା ସହିତ ସରକାରଙ୍କ ଦୃଷ୍ଟିକୁ ଆଣିଛନ୍ତି ପିଲାଙ୍କ ଏ ଅବସ୍ଥା।

ସ୍ଵେଚ୍ଛାସେବୀ ମାନଙ୍କ ମଧ୍ୟରେ ଥିଲେ ଶ୍ରୀମତୀ ମିନତୀ ମହାନ୍ତ, ଶ୍ରୀମତୀ ସତ୍ୟଭାମା ମହାନ୍ତ, ମନୋଜ କୁମାର ପଟେଲ୍, ବିଜୟ କୁମାର ଘଣା, ରାମଚନ୍ଦ୍ର ମହାନ୍ତ, ତୁଷାର ଭୁଷଣ ମହାନ୍ତ, ଶ୍ରୀମତୀ ସୁଲୋଚନା ମହାନ୍ତ, ଶ୍ରୀମତୀ ଜୟନ୍ତୀ ମହାନ୍ତ ପ୍ରଭୃତି। ଏଥିପାଇଁ ଗ୍ରାମବାସୀ ଓ ଆଶା ର ସ୍ଵେଚ୍ଛାସେବୀ ମାନେ ବ୍ଲକ୍ କତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande