
ଭୁବନେଶ୍ୱର, ୨୮ ଫେବୃୟାରୀ (ହି.ସ)- ଭାରତୀୟ କମ୍ୟୁନି୍େଟ ପାର୍ଟି, ଓଡ଼ିଶା ରାଜ୍ୟ ପରିଷଦ ଆହ୍ୱାନର ଭଗବତୀ ଭବନଠାରେ ସିପିଆଇ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ “ଏପଷ୍ଟିନ ଫାଇଲ୍” ଶୀର୍ଷକ ଆଲୋଚନାଚକ୍ରରେ ଆନ୍ତର୍ଜାତିକ ବ୍ୟାପାର ବିଶେଷଜ୍ଞ ପ୍ରଫେସର ମାନସ ବେହେରା, ‘ଛାଇ’ ଓଡ଼ିଶାର ସମ୍ପାଦକ ସତୀଶ ମିଶ୍ର, ସିପିଆଇର ରାଜ୍ୟ ସହସମ୍ପାଦକ ଜୟନ୍ତ ଦାସ, ସିପିଆଇ(ଏମ୍)ର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଦୁଷ୍ମନ୍ତ ଦାସ, ସିିଆଇ (ଏମ୍ଏଲ) ଲିବରେସନ ରାଜ୍ୟ ନେତା ରାଧାକାନ୍ତ ସଠୀ, ଏସୟୁସିଆଇ (କମ୍ୟୁନିଷ୍ଟ)ର ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ଅଶୋକ ମିଶ୍ର, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ଯୋଗଦେଇ ତାଙ୍କ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ।
ଏହି ଆଲୋଚନାଚକ୍ରରେ ବକ୍ତାମାନେ ଆଲୋଚନା କରି ସଂସଦରେ ସ୍ୱତନ୍ତ୍ର ଆଲୋଚନା ସହ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଜେଫ୍ରି ଏପଷ୍ଟିନ ଫାଇଲରେ ନାମ ଥିବାରୁ ସଂସଦରେ ପକ୍ଷ ରଖନ୍ତୁ, ମନ୍ତ୍ରୀ ହରଦୀପ ସିଂହ ପୁରୀ ଅବିଳମ୍ବେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ମନ୍ତ୍ରୀ ଓ ଅନୀଲ ଅମ୍ବାନୀଙ୍କୁ ଗିରଫ କରିବା ଓ ସମଗ୍ର ଘଟଣାର ସାମଗ୍ରିକ ତଦନ୍ତ ପାଇଁ ସରକାର ସଂସଦରେ ଘୋଷଣା କରନ୍ତୁ ଦାବିକରି ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ରାଜ୍ୟ ସମ୍ପାଦକମଣ୍ଡଳୀ ଅଶୋକ ଦାଶ, ଦାମୋଦର ବେହେରା, ରମଣୀରଞ୍ଜନ ରାଉତରାୟ, ସୁର ଜେନା, ସିପିଆଇ (ଏମ୍ଏଲ)ର ମହେନ୍ଦ୍ର ପରିଡ଼ା, ଉତ୍କଳ ମହିଳା ସମିତିର ବନଲତା ଜେନା, ଏଆଇଏସଏଫର ସଂଘମିତ୍ରା ଜେନା, କାହ୍ନୁଚରଣ ପରିଡ଼ା, ରାଜାରାମ ଡଙ୍ଗରି, ଯୁବସଂଘର ମାନସ ମୁଦୁଲି, କୃଷକ ସଭାର ରାଜ୍ୟ ସଭାପତି ଶଶିଭୂଷଣ ସ୍ୱାଇଁ, ବିଜୟ ମହାନ୍ତି, ଅମୀୟ ପଟ୍ଟନାୟକ, ପ୍ରଫେସର ଦୁର୍ଯ୍ୟୋଧନ ପରିଡ଼ା, ନିତ୍ୟାନନ୍ଦ ମିଶ୍ର, କୈଳାସ ପୁହାଣ, ବିଶ୍ୱଜିତ୍ ନାୟକ, ରାକେଶ ପାତ୍ର, ଅଶୋକ ସାହୁ ଓ ଭୁବନଚାନ୍ଦ ହାତୀ ପ୍ରମୁଖ ଚର୍ଚ୍ଚାକୁ ସମୃଦ୍ଧ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା