କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ
ବଲାଂଗିର, 28 ଫେବ୍ରୁଆରି (ହି.ସ.) ସରକାରୀ ପ୍ରାଥମିକ ବିଦ୍ୟାଳୟ ସିର୍ଜାପାଲି ଠାରେ ଡାହିମାଲ କ୍ଲଷ୍ଟରର ଅଷ୍ଟମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ପ୍ରଧାନ ଶିକ୍ଷକ ଦେବରାଜ ଝାଙ୍କରଙ୍କ ସଭାପତିତ୍ୱରେ ଆୟୋଜିତ ହୋଇ ଯାଇଛି। ଏଥିରେ ସ୍ଥାନୀୟ ଡାହିମାଲ କ୍ଲଷ୍ଟରର ସିଆର୍ସିସି ପ୍ରହଲ୍ଲାଦ ଦଣ୍ଡସେନା ଯୋଗ
କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ


ବଲାଂଗିର, 28 ଫେବ୍ରୁଆରି (ହି.ସ.)

ସରକାରୀ ପ୍ରାଥମିକ ବିଦ୍ୟାଳୟ ସିର୍ଜାପାଲି ଠାରେ ଡାହିମାଲ କ୍ଲଷ୍ଟରର ଅଷ୍ଟମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ପ୍ରଧାନ ଶିକ୍ଷକ ଦେବରାଜ ଝାଙ୍କରଙ୍କ ସଭାପତିତ୍ୱରେ ଆୟୋଜିତ ହୋଇ ଯାଇଛି। ଏଥିରେ ସ୍ଥାନୀୟ ଡାହିମାଲ କ୍ଲଷ୍ଟରର ସିଆର୍ସିସି ପ୍ରହଲ୍ଲାଦ ଦଣ୍ଡସେନା ଯୋଗ ଦେଇ ମାସିକ ବୈଠକର ଉଦ୍ଦେଶ୍ୟ, ଲକ୍ଷ୍ୟ ଓ ପ୍ରଗତି, କାର୍ଯ୍ୟକ୍ରମ,ଏଜେଣ୍ଡା, ଫେବୃୟାରୀ ମାସର ମାସିକ ବୈଠକ ବିଷୟବସ୍ତୁର ଆଲୋଚନା, ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷା ପାଇଁ ପ୍ରତିକାରାତ୍ମକ ଶିକ୍ଷଣ, ଯାଦୁ ପେଡ଼ିରେ ଥିବା ସମସ୍ତ ସାମଗ୍ରୀର ବ୍ୟବହାର ଉପରେ ସିଆର୍ସିସି ଙ୍କ ଦ୍ଵାରା ଆଲୋଚନା ଓ ଶିକ୍ଷକ ମାନଙ୍କ ଦ୍ଵାରା ଉପସ୍ଥାପନା କରାଯାଇଥିଲା, ଶ୍ରେଣୀ ପର୍ଯ୍ୟବେକ୍ଷଣ ସାଧନୀ (COT), ବିଦ୍ୟାଳୟ ପରିଦର୍ଶନ ଓ ସୁଚିନ୍ତିତ ମତାମତ ପ୍ରଦାନ, ଓ ଶିକ୍ଷଣ ସୋପାନ ରେଜିଷ୍ଟର ପରଖ ୨୦୨୬,ଜିଲ୍ଲା ଭିତ୍ତିକ ଶୈକ୍ଷିକ ଆଲୋଚନା, ଓ ତାଲିମ ସଂକ୍ଷେପଣ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ପ୍ରଧାନ ଶିକ୍ଷକ ଅଗ୍ନି କୁମାର ନାଏକ, ପ୍ରଧାନ ଶିକ୍ଷକ ପୀତବାସ ମହାଲିଙ୍ଗ ଓ ଏଲ ଏଲ ଏଫ ର ସମ୍ବଳ ଶିକ୍ଷକ ଅବିନାଶ ଶାମଲ,ପୂର୍ଣ୍ଣିମା ପ୍ରଧାନ, ଓ ଅନିଶା ସାହୁ, ପ୍ରମୁଖ ଯୋଗଦେଇ ନିଜସ୍ଵ ମତ ତଥା ଅଭିନବ ପ୍ରୟାସ ଯାହାକି ନୂତନ ଅନୁଭୂତି ଓ ଅଭିଜ୍ଞତା ପ୍ରାପ୍ତ ହେଉଛି ବୋଲି ମତ ବ୍ୟକ୍ତ କରିଥିଲେ। | ପ୍ରଧାନଶିକ୍ଷକ ମନୋରଞ୍ଜନ ଭୋଇ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ଦେବାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ | ଶିକ୍ଷୟିତ୍ରୀ ସଙ୍ଗୀତା ପ୍ରଧାନ ଶ୍ରେଣୀ ପାଠ ଟୀକା ମୌଳିକ ସଂଖ୍ୟା ଜ୍ଞାନ ଓ ଶିକ୍ଷକ ସରୋଜ କୁମାର ରଣା ସାକ୍ଷରତା ଜ୍ଞାନ ଉପରେ ଶିକ୍ଷାଦାନ ଦେଇଥିଲେ । ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସୁନା,ଶଶୀଭୂଷଣ ଭୋଇ,କଳାକୃଷ୍ଣ କୁମୁରା, ଜଗବନ୍ଧୁ ଭୋଇ, ପୁରୁଷୋତ୍ତମ ଭୋଇ,କ୍ରିଷ୍ଣା ଭୋଇ ଓ ଏଫ୍ ଏଲ ଏନ ଶିକ୍ଷକ ବୁଦ୍ଧିମତୀ ଝାଙ୍କର, ରମ୍ୟତା ଥନାପତି, ଦିନେଶ କୁମାର ସାହୁ, ଅଶୋକ କୁମାର ଝାଙ୍କର, ଉମାକାନ୍ତ ଝାଙ୍କର, ସରୋଜ କୁମାର ରଣା, ସୁଧିର ନନ୍ଦ ,ପୁଷ୍ପା ମାଝୀ,କାଳୁ ଚରଣ ସେଠି, ଓ ଲକ୍ଷ୍ମଣ ଭୋଇ ସକ୍ରୀୟ ଅଂଶ ଗ୍ରହଣ କରି ସଫଳତା କରାଇଥିଲେ।ପର୍ଯ୍ୟବେକ୍ଷଜ ଭାବେ ଡ଼ାଏଟ ର ଶିକ୍ଷକ ପ୍ରଶିକ୍ଷକା ସାମ୍ରାଜ୍ଞ୍ରି ଐଶ୍ଚର୍ଯ୍ୟା ମିତ୍ରା ଯୋଗ ଦେଇ ବିଦ୍ୟାଳୟ ପରିଦର୍ଶନ ସହିତ ଅଷ୍ଟମ ମାସିକ ବୈଠକ ପର୍ଯ୍ୟବେକ୍ଷଣ କରି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande