
ଜୟପୁର, ୨୮ ଫେବୃଆରୀ (ହି.ସ.)- ଜୟପୁର ସ୍ଥିତ ଜିଲା କଂଗ୍ରେସ ଭବନ ସମ୍ମୁଖରେ ଆଜି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଏପଷ୍ଟିନ୍ ମାମଲାରେ ସଂପୃକ୍ତ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଇସ୍ତଫା ଦାବି କରି ମହିଳା କଂଗ୍ରେସ ବିକ୍ଷୋଭ କରିଛି । ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନିପତିଙ୍କ ନେତୃତ୍ଵରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଧଳା ଟିସାର୍ଟ ପିନ୍ଧି ମହିଳା ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜନହିତ ନାରି ସମ୍ମାନ ଓ ଲୋକତନ୍ତ୍ର ମୂଲ୍ୟବୋଧର ସୁରକ୍ଷା ପାଇଁ ଏକ ସଂଗଠିତ ପ୍ରତିବାଦ ସଭା କରାଯାଇଛି । ଏଠାରେ କୋରାପୁଟ ଜିଲା କଂଗ୍ରେସ ସଭାପତି ରୁପକ ତୁରୁକ, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ନଳିନି ରଥ, ଜୟପୁର ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, କାଉନସିଲର ପ୍ରଣବ କିଶୋର ନାୟକଙ୍କ ସହ ଶତାଧିକ କଂଗ୍ରେସ କର୍ମି ଓ ନେତା ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି