
ବଲାଙ୍ଗିର, ୨୮ ଫେବୃଆରୀ (ହି.ସ.)- ଦୀର୍ଘ ମାସ ଧରି ଲାଠୋର ବନାଞ୍ଚଳରେ ହାତୀପଲ ଆସି ରହିଯାଇଛନ୍ତି । ଯାହାଫଳରେ କି ଆଖପାଖ ଗାଁରେ ପଶି ଅନେକ ଘର ଭାଙ୍ଗି ଦେବା ସହ ଚାଷକୁ ମଧ୍ୟ ସଂପୂର୍ଣ୍ଣ ନଷ୍ଟ କରିଦେଉଛନ୍ତି । କିଛି ମାସ ତଳେ ବାଗଦୋର ଗ୍ରାମପଞ୍ଚାୟତର କାଣିପାଣି ଗାଁ ପାଖାପାଖି ୩୫ରୁ ୪୦ ଘର ଭାଙ୍ଗି ଦେଇଥିଲେ । ତା’ ପରେ ତାଲଭଟା ଗାଁରେ ପଶି ଘର ଭାଙ୍ଗିବା ସହ ଲକ୍ଷାଧିକ ଟଙ୍କାର ସୋଲାର ପମ୍ପକୁ ଭାଙ୍ଗିରୁଜି ଦେଇଥିଲେ । ପୁଣି ସେଇ ଦୃଶ୍ୟ ଦେଖିବାକୁ ମିଳୁଛି ଘାଗୁର୍ଲି ଗ୍ରାମପଞ୍ଚାୟତର ପଣକୀମାଲ ଗାଁରେ । ଗତକାଲି ବିଳମ୍ବିତ ରାତିରେ ହାତୀପଲ ଆସି ଉକ୍ତ ଗାଁର ତେଜରାଜ ମଲ୍ଲିକ ଓ ଟଂକଧର ଭୋଇଙ୍କ ଘର ଭାଙ୍ଗିବା ସହ ତାଙ୍କର ଚାଷ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି । ଏହିପରି ଗାଁରେ ପଶି ଲୋକଙ୍କ ଘର ଭାଙ୍ଗିବା ସହ ଧନ ଜୀବନ ନଷ୍ଟ କରୁଛି ହାତୀ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ