ରାଜ୍ୟର ନୂତନ ବଜେଟ ଉପରେ ଆଲୋଚନାଚକ୍ର
କେନ୍ଦ୍ରାପଡା, ୨୮ ଫେବୃଆରୀ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ତରଫରୁ ରାଜ୍ୟ ବଜେଟ ପରିଚର୍ଚ୍ଚା ଅନୁଷ୍ଠିତ ହୋଇଯାଇଛି। ଦୁହୁରିଆ ସ୍ଥିତ ଜିଲ୍ଲା କାର୍ୟ୍ୟାଳୟରେ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଅନ୍ତର୍ୟ୍ୟାମୀ ମଲ୍ଲିକଙ୍କ ସଭାପତିତ୍ୱରେ
ରାଜ୍ୟର ନୂତନ ବଜେଟ ଉପରେ ଆଲୋଚନା ଚକ୍ର


କେନ୍ଦ୍ରାପଡା, ୨୮ ଫେବୃଆରୀ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ତରଫରୁ ରାଜ୍ୟ ବଜେଟ ପରିଚର୍ଚ୍ଚା ଅନୁଷ୍ଠିତ ହୋଇଯାଇଛି। ଦୁହୁରିଆ ସ୍ଥିତ ଜିଲ୍ଲା କାର୍ୟ୍ୟାଳୟରେ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଅନ୍ତର୍ୟ୍ୟାମୀ ମଲ୍ଲିକଙ୍କ ସଭାପତିତ୍ୱରେ ରାଜ୍ୟ ତରଫରୁ ଜିଲ୍ଲାର ପ୍ରଭାରୀ ଗୁରୁ ଚରଣ ସେଠୀ, ଜିଲ୍ଲାର ବରିଷ୍ଠ କାର୍ୟ୍ୟକର୍ତ୍ତା ଅଭିମନ୍ୟୁ ଗୋଛାୟତ, ମାଧବାନନ୍ଦ ମଲ୍ଲିକ, ବିନୋଦ ବେହେରା, ପ୍ରବେଶନ ମଲ୍ଲିକ, ନରୋତ୍ତମ ଦାସ ପ୍ରମୁଖ ଆଲୋଚନାରେ ଯୋଗ ଦେଇ କହିଥିଲେ,ଚଳିତ ବର୍ଷର ରାଜ୍ୟ ବଜେଟ ଏକ ଯୁଗାନ୍ତକାରୀ ବଜେଟ। ଏଥିରେ ୨୦୩୬ ରେ ବିକଶିତ ଓଡିଶା ଗଠନ ପାଇଁ ରୋଡ଼ମ୍ୟାପ ପ୍ରସ୍ତୁତ କରାଯାଇଛି। ବଜେଟରେ ଓଡ଼ିଶାର ବିକାଶ ପାଇଁ ପ୍ରତ୍ୟେକ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ଅନୁସୂଚିତ ଜାତି, ଜନଜାତି ବିକାଶ ସଂଖ୍ୟାଲଘୁ ଓ ପଛୁଆଁବର୍ଗ କଲ୍ୟାଣ ବିଭାଗ ପାଇଁ ମୋଟ ୬୬୪୯ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ଛାତ୍ର ଉତ୍ସାହ ଯୋଜନା ପାଇଁ ୧୪୪୩ କୋଟି, ମାଧୋ ସିଂହ ହାତ ଖରଚ ପାଇଁ ୧୫୪ କୋଟି, ଅନୁସୂଚିତ ଜନଜାତି ଛାତ୍ର ଛାତ୍ରୀ ଶିକ୍ଷା ପାଇଁ ୪୦୭ କୋଟି ଟଙ୍କା ପ୍ରାକ- ମ୍ୟାଟ୍ରିକ ଏବଂ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ଇତ୍ୟାଦି ପ୍ରାବଧାନ କରାଯାଇଛି ଯାହାକି ପୂର୍ବ ବଜେଟ ଅପେକ୍ଷା ଅତ୍ୟନ୍ତ ଉତ୍ସାହଜନକ। ବଜେଟରେ କେନ୍ଦ୍ରାପଡ଼ା ଜିଲ୍ଲାରେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା, ଜାହାଜ ନିର୍ମାଣ କାରଖାନା, ମତ୍ସଜୀବୀ ମାନଙ୍କ ପାଇଁ ବିଶେଷ ଯୋଜନା, ଉପକୂଳ ଜାତୀୟ ରାଜପଥ ନିର୍ମାଣ, ଶ୍ରୀ ବଳଦେବଜୀଉଙ୍କ ରଥ ନିମନ୍ତେ ଏକ କୋଟି ଟଙ୍କା ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ପରିଶେଷରେ ସାଧାରଣ ସମ୍ପାଦକ ପ୍ରଦୀପ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande