ଗୁମୁରିଖୋଲ ଜଙ୍ଗଲରେ ଅବକାରୀ ବିଭାଗର ଚଢ଼ଉ
ମୁଖୀଗୁଡା,୨୮ ଫେବୃଆରୀ(ହି ସ) - ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବଡକର୍ଲାକୋଟ ଗ୍ରାମ ପଂଚାୟତ ତୁମରିଖୋଲ ଜଙ୍ଗଲରେ ଧର୍ମଗଡ଼ ଅବକାରୀ ରେଞ୍ଜ ଇନିସ୍ପେକ୍ଟର ଅରୁଣ କୁମାର ଯୋଶୀଙ୍କ ତତ୍ୱାବଧାନରେ ଜୟପାଟଣା ଅବକାରୀ ଅଧିକାରୀ ସୁରେଶ ଚନ୍ଦ୍ର ଭୋଇ, ଧର୍ମଗଡ଼ ଅବକାରୀ ଅଧିକାରୀ ପ୍ରତିମା ବେ
Excuse raid


ମୁଖୀଗୁଡା,୨୮ ଫେବୃଆରୀ(ହି ସ) - ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବଡକର୍ଲାକୋଟ ଗ୍ରାମ ପଂଚାୟତ ତୁମରିଖୋଲ ଜଙ୍ଗଲରେ ଧର୍ମଗଡ଼ ଅବକାରୀ ରେଞ୍ଜ ଇନିସ୍ପେକ୍ଟର ଅରୁଣ କୁମାର ଯୋଶୀଙ୍କ ତତ୍ୱାବଧାନରେ ଜୟପାଟଣା ଅବକାରୀ ଅଧିକାରୀ ସୁରେଶ ଚନ୍ଦ୍ର ଭୋଇ, ଧର୍ମଗଡ଼ ଅବକାରୀ ଅଧିକାରୀ ପ୍ରତିମା ବେହେରା, କୋକସରା ଅବକାରୀ ଅଧିକାରୀ ଗୁପ୍ତେଶ୍ୱର ପଟେଲ, କନେଷ୍ଟବଳ ବଳଭଦ୍ର ପାତ୍ର, ନିରଞ୍ଜନ ବେହେରା, ସୁବଳ ମାଝୀ, କିର୍ତୀ ଜେନା,ରବି ନାଗ, ଯଶୋବନ୍ତି ନାଗ,କରନ ବାଗ, ଭୁଜମନ ପଟେଲ, ମହାଦେବ ମାଝୀ,ଅରୁଣାକ୍ଷ ଧଙ୍ଗଡ଼ାମାଝୀ ପ୍ରମୁଖ ମିଳିତ ଭାବେ ଚଢ଼ାଉ କରି ୭୦୦୦ କେ.ଜି ମହୁଲପୋଚ ନଷ୍ଟ କରାଯାଇଛି। ୨୦୦ ଲିଟର ଦେଶୀ ମଦ ଜବତ କରା ଯାଇଛି ହେଲେ କାହାକୁ ଗିରଫ କରାଯାଉ ନାହିଁଜ୍ଝଏଠାରେ ସୂଚନାଯୋଗ୍ୟ ଯେ ଏଥିପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ତୁମରିଖୋଲ ଜଙ୍ଗଲରେ ଅବକାରୀ ବିଭାଗର ଚଢ଼ାଉ ହେଉଛି ହେଲେ କାହାରିକୁ ଗିରଫ କରାଯାଇ ପାରୁନାହିଁ । ମଦ ପ୍ରସ୍ତୁତ କାରି ଆଗରୁ ସୂଚନା ପାଇ ଫେରାର ହେଉଛନ୍ତି କିଏ ବିଭାଗ ଆସିବା ଖବର ଆଗରୁ କିଏ ଦେଉଛି ବୋଲି ପ୍ରଶ୍ନ ଉଠୁଚି ।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande