ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ନ୍ଧନା
କେନ୍ଦ୍ରାପଡା, ୨୮ ଫେବୃଆରୀ (ହି.ସ.)- ରାଜ୍ୟର ଅନ୍ୟତମ ପୁରୁଣା ବାଳିକା ବିଦ୍ୟାଳୟ ଭାବେ ପରିଚିତ କେନ୍ଦ୍ରାପଡାର ଫେଜର ବାଳିକା ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରଳା ମିଶ୍ରଙ୍କୁ ବିଦାୟକାଳୀନ ସମ୍ବର୍ନ୍ଧନା ଦିଆଯାଇଛି । ସିଆରସିସି ସଦାଶିବ ସାହୁଙ୍କ ଆୟୋଜିତ ଏକ ସଭାରେ ମଣ୍ଡଳ ଶିକ୍ଷା ଅଧ
ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ନ୍ଧନା


କେନ୍ଦ୍ରାପଡା, ୨୮ ଫେବୃଆରୀ (ହି.ସ.)- ରାଜ୍ୟର ଅନ୍ୟତମ ପୁରୁଣା ବାଳିକା ବିଦ୍ୟାଳୟ ଭାବେ ପରିଚିତ କେନ୍ଦ୍ରାପଡାର ଫେଜର ବାଳିକା ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରଳା ମିଶ୍ରଙ୍କୁ ବିଦାୟକାଳୀନ ସମ୍ବର୍ନ୍ଧନା ଦିଆଯାଇଛି । ସିଆରସିସି ସଦାଶିବ ସାହୁଙ୍କ ଆୟୋଜିତ ଏକ ସଭାରେ ମଣ୍ଡଳ ଶିକ୍ଷା ଅଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ, ସାହିତ୍ୟିକ ଡଃ. ବାସୁଦେବ ଦାସ, କୈଳାସ ଚନ୍ଦ୍ର ତରାଇ, ରାଧାନାଥ ମିଶ୍ର, ହିରଣ୍ୟ କୁମାର ବାରିକ, ରଂଜନ କୁମାର ରାଉତରାୟ ପ୍ରମୁଖ ଉତିଥି ଭାବେ ଯୋଗଦେଇ ଶ୍ରୀମତୀ ମିଶ୍ରଙ୍କୁ ଉତରୀୟ, ମାନପତ୍ର, ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ନ୍ଧିତ କରିବା ସହ ତାଙ୍କର ଆଦର୍ଶ, ମିଷ୍ଟଭାଷୀ ଓ ସରଳ ଜୀବନଯାପନ ସଂପର୍କରେ ଆଲୋଚନା କରିଥିଲେ । ଏଥି ସହିତ ତାଙ୍କର ଅବସରକାଳୀନ ଜୀବନ ନିରୋଗ ଓ ସୁଖ ଶାନ୍ତିରେ ଅତିବାହିତ ହେବାପାଇଁ କାମନା କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande