ଜିଲ୍ଲା ଓକିଲ ସଂଘ ପକ୍ଷରୁ ମାଗଣା ସ୍ଵାସ୍ଥ୍ୟ ପରୀକ୍ଷା ଶିବିର
କେନ୍ଦ୍ରାପଡା, ୨୮ ଫେବୃଆରୀ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓ ଦୈାରାଜଜ ଶ୍ରୀମତୀ ଲୁନା ମହାନ୍ତି ଆନୁଷ୍ଠାନିକ ଭାବେ ଏହାକୁ ଉଦ୍ଘାଟନ କରିଥିଲେ । ଓକିଲ ସଂଘ ସଭାପତି ଗୋବର୍ନ୍ଧନ ରାଉତ, ସଂପାଦକ ନୃସିଂହ ଚରଣ ର
------------ଜିଲ୍ଲା ଓକିଲ ସଂଘ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର


କେନ୍ଦ୍ରାପଡା, ୨୮ ଫେବୃଆରୀ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓ ଦୈାରାଜଜ ଶ୍ରୀମତୀ ଲୁନା ମହାନ୍ତି ଆନୁଷ୍ଠାନିକ ଭାବେ ଏହାକୁ ଉଦ୍ଘାଟନ କରିଥିଲେ । ଓକିଲ ସଂଘ ସଭାପତି ଗୋବର୍ନ୍ଧନ ରାଉତ, ସଂପାଦକ ନୃସିଂହ ଚରଣ ରାଉତ, ଉପ ସଭାପତି ହାଡିବନ୍ଧୁ ସିଂହ, ସହ ସଂପାଦକ ବିନୋଦ କୁମାର ବେହେରା, ରେଣୁବାଳା ସାମଲ, ସେକ ଅଜିମୁଦ୍ଦିନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସମ୍ ଅଲଟିମେଟ୍ ମେଡି କେୟାରରୁ ଆସିଥିବା ଏକ ଡାକ୍ତରୀ ପ୍ରତିନିଧି ଦଳ ମାଗଣା ସ୍ୱାସ୍ଥ୍ୟ ପରକ୍ଷା କରିଥିଲେ । ଏଥିରେ ହୃଦରୋଗ, ଡାଇବେଟିସ୍, ଅଥୋପେିକ୍ ଏବଂ ବିଭିନ୍ନ ପ୍ରକାର ରକ୍ତ ପରୀକ୍ଷା କରା ଯାଇଥିଲା ।

କାର୍ଯ୍ୟକ୍ରମରେ ଓକିଲ ସଂଘର ଶତାଧିକ ସଦସ୍ୟ ଏବଂ ସ୍ଥାନୀୟ ବୁଦ୍ଧିଜୀବି ମାନେ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande