ନାବାଳିକାକୁ ଗର୍ଭବତୀ କରି ଅଭିଯୁକ୍ତ ଗିରଫ
ଜୟପୁର, ୨୮ ଫେବୃଆରୀ (ହି.ସ.)- ଜଣେ ନାବାଳିକାର ଅନିଛା ସତ୍ବେ ଗର୍ଭବତୀ କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ମହିଳା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା କୋରାପୁଟ ଜିଲା ବିସଂପୁର ଥାନା ଅନ୍ତର୍ଗତ ଭାଲିଆଗୁଡା ଗ୍ରାମର ବନ ମାଳି ହରିଜନ (୨୪) । ମହିଳା ପୋଲିସ ସୂଚନା ଅନୁଯାଇ, ୨୬
ନାବାଳିକାକୁ  ଗର୍ଭବତୀ କିରି ଅଭିଯୁକ୍ତ  ଗିରଫ


ଜୟପୁର, ୨୮ ଫେବୃଆରୀ (ହି.ସ.)- ଜଣେ ନାବାଳିକାର ଅନିଛା ସତ୍ବେ ଗର୍ଭବତୀ କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ମହିଳା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା କୋରାପୁଟ ଜିଲା ବିସଂପୁର ଥାନା ଅନ୍ତର୍ଗତ ଭାଲିଆଗୁଡା ଗ୍ରାମର ବନ ମାଳି ହରିଜନ (୨୪) । ମହିଳା ପୋଲିସ ସୂଚନା ଅନୁଯାଇ, ୨୬.୨.୨୬ ତାରିଖରେ ଜଣେ ନାବାଳିକା ଜୟପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । କୋରାପୁଟ ଜିଲା ବିସଂପୁର ଥାନା ଅନ୍ତର୍ଗତ ଭାଲିଆଗୁଡା ଗ୍ରାମର ବନମାଳି ହରିଜନ (୨୪) ନାବାଳିକାର ଅନିଛା ସତ୍ବେ ଶାରିରିକ ସମ୍ପର୍କ ରଖିଥିଲେ । ୨୫.୩.୨୦୨୫ ତାରିଖରେ ଏକ ସ୍କୋର୍ପିଓ ରେ ଛତିଶଗଡର ଜଗଦଲପୁର ନେଇ ଅନିଛା ସତ୍ବେ ଶାରିରିକ ସମ୍ପର୍କ ରଖିଥିଲା । ନାବାଳିତା ଜଣକ ଗର୍ଭବତୀ ହେବାରୁ ଅଭିଯୁକ୍ତକୁ ଜଣାଇଥିଲେ । ଅଭିଯୁକ୍ତ ଜଣକ ଗର୍ଭପାତ କରିବାକୁ କହିଥିଲେ । ନାବାଳିକା ଜଣକ ମନା କରିବାକୁ ଅଭିଯୁକ୍ତ ନାବାଳିକାର ପେଟରେ ଲାତ ମାରିବା ସହ ଗର୍ଭପାତ କରିଥିଲେ । ଏହା ସହ ଯୌତୁକ ଆଣିବାକୁ କହିଥିଲେ । ନଆଣିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଏନେଇ ଅଭିଯୋଗକୁ ଭିତ୍ତି କରି ମହିଳା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ଅଭିଯୁକ୍ତକୁ ଗିରଫ କୋର୍ଟଚାଲାଣ କରିଥିବା ବିଷୟ ଜୟପୁର ମହିଳା ଥାନା ଅଧିକାରି ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande