ଜଙ୍ଗଲ ନିଆଁ ଲିଭାଇବା ନେଇ ସଚେତନ କାର୍ଯ୍ୟକ୍ରମ
ନୂଆପଡ଼ା,୨୮ ଫେବୃଆରୀ(ହି.ସ.) – ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ଜଙ୍ଗଳ ନିଆଁ ଲିଭାଇବା ନେଇ ଆଜି ନାଗରିକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଉପାୟରେ ନିଆଁ ଲିଭାଇବା ପାଇଁ କର୍ମଚାରୀଙ୍କୁ ଆଜି ତାଲିମ ଦେଇ ଉପକରଣ ବଂଟନ କରିଛନ୍ତି। ଆଜି ଅଭୟାରଣ୍ୟରେ ଥିବା ସୁନାବେଡ଼ା ଗ୍ରାମର
Jangal re nia sachetanata


ନୂଆପଡ଼ା,୨୮ ଫେବୃଆରୀ(ହି.ସ.) – ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ଜଙ୍ଗଳ ନିଆଁ ଲିଭାଇବା ନେଇ ଆଜି ନାଗରିକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଉପାୟରେ ନିଆଁ ଲିଭାଇବା ପାଇଁ କର୍ମଚାରୀଙ୍କୁ ଆଜି ତାଲିମ ଦେଇ ଉପକରଣ ବଂଟନ କରିଛନ୍ତି। ଆଜି ଅଭୟାରଣ୍ୟରେ ଥିବା ସୁନାବେଡ଼ା ଗ୍ରାମରେ ସାପ୍ତାହିକ ବଜାର ଥିବାବେଳେ ଏହି ବଜାରର ସୁବିଧା ନେଇ ପ୍ରଚାର ପାତ୍ର ବଣ୍ଟନ କରିଥିଲେ। ଏହି ବଜାରରେ ପାଖାପାଖି ଅଂଚଲରୁ ୨୦ ଖଣ୍ଡ ଗ୍ରାମ ଲୋକ ଆସି ସଉଦା ନେଉଥିବା ବେଳେ ପଡୋଶୀ ଛତିଶଗଡ଼ ରାଜ୍ୟର ସୀମାନ୍ତ ଗ୍ରାମର ଲୋକ ଆସିଥାନ୍ତି। ତେଣୁ ଅଳ୍ପ ସମୟରେ ବହୁଳ ପ୍ରଚାର ସୁବିଧା ଉଠାଇ ୨୦୦୦ ପ୍ରଚାର ପତ୍ର ବଂଟନ କରିଥିଲେ। ସେହିପରି ବନ୍ୟ ପ୍ରାଣୀ ବିଭାଗ କାର୍ଯ୍ୟାଳୟ ଠାରେ ଅଗ୍ନି ଲିଭାଇବା କର୍ମଚାରୀମାନେ ଯୋଗଦେଇ ତାଙ୍କୁ ତାଲିମ ପ୍ରଦାନ କରିଥିଲେ। ଅଗ୍ନି ଲିଭାଇବା ବିଭିନ୍ନ ଉପକରଣ ବଂଟନ କରିଛନ୍ତି। ସେହି କର୍ମଚାରୀମାନେ ଆଜି ଅଭୟାରଣ୍ୟ ସଡ଼କ ଉଭୟ ପାର୍ଶ୍ୱରେ ଅଗ୍ନି ରେଖା ତିଆରି କରି ଥିବା ବେଳେ ଯନ୍ତ୍ର ସାହାର୍ଯ୍ୟରେ ନିଆଁ ଜଙ୍ଗଳରେ ନବ୍ୟାପିବା ପାଇଁ କାର୍ଯ୍ୟ କରିଥିଲେ। ଦାଥୁନାମା ବନ୍ୟପ୍ରାଣୀ ଫରେଷ୍ଟର ବିଶ୍ୱ ମୋହନ ପାଢୀ, ସୁନାବେଡ଼ା ବନ୍ୟପ୍ରାଣୀ ଫରେଷ୍ଟର ସଞ୍ଜୟ୍ ଠାକୁର ଏବଂ ୪୦ ଜଣ ବନ୍ କର୍ମଚାରୀ ଯୋଗ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande