
ଗଂଜାମ, 28 ଫେବ୍ରୁଆରି (ହି.ସ.) ଆଇନଜୀବୀ ପିତବାସ ପଣ୍ଡାଙ୍କ ହତ୍ୟାକାଣ୍ଡରେ ବ୍ରହ୍ମପୁର ପୁଲିସ୍ ଦ୍ୱାରା ଜଡିତ ଜେଲରେ ଥିବା ମଳୟ ବଷୋଇ ପୁଣି ବ୍ରହ୍ମପୁର ବଡଡାକ୍ତର ଖାନାରେ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ସେ ଜେଲରେ କିଛି ଦିନ ହେଲା ଅସୁସ୍ଥ ହୋଇପଡିଛନ୍ତି । ଗତକାଲି ରାତିରେ ତାକଂର ଛାତି ଓ ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ତାଙ୍କୁ ଚିକିତ୍ସା କରିବା ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାରେ ପୁଲିସ ସୁରକ୍ଷା ବଳୟ ମଧ୍ୟରେ ଭର୍ତ୍ତି କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ