
କେନ୍ଦ୍ରାପଡା, ୨୮ ଫେବୃଆରୀ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର ଆୟାର ଶନିବାର ପୈାରସଂସ୍ଥାର ନୂତନ କାର୍ଯ୍ୟାଳୟ ସ୍ଥାନ ଓ ମହାଭୋଇ ପୋଖରୀ ପରିଦର୍ଶନ କରି ପୈାର ଅଧ୍ୟକ୍ଷା ସରିତା ସାହୁ ଓ ପୈାର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରିଙ୍କ ସହ ଆଲୋଚନ କରିଛନ୍ତି । ୭ କୋଟି ୫୬ ଲକ୍ଷ ଟଙ୍କା ବ୍ୟୟରେ ପୈାର କାର୍ଯ୍ୟାଳୟ ପରିସରରେ ନିର୍ମାଣ ହେଉଥିବା ନୂତନ କାର୍ଯ୍ୟାଳୟ ଓ ୧ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟରେ ମହାଭୋଇ ପୋଖରୀର ପୁନରୁଦ୍ଧାର ଓ ଅନ୍ୟାନ୍ୟ ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ । ନୂତନ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକ ତୁରନ୍ତ ସମାପ୍ତ କରି ଜନ ସାଧାରଣଙ୍କ ହିତରେ ଲଗାଇବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ କାଉନସିଲର ନିରାକାର ସ୍ୱାଇଁ, ପ୍ରଦିପ୍ତ ଜେନା, ଚୈାଧୁରୀ ସୁକୁମାର ଦାସ, ଉମେଶ ଚନ୍ଦ୍ର ନାୟକ, ରମେଶ ଦାସ, ଅଭୟ କୁମାର ବେହେରା, ହିରଣ୍ୟ ପଣ୍ଡା, ସୈାମେନ୍ଦ୍ର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି