ନାବାଳିକାକୁ ବ୍ୟଭିଚାର : ଦୋଷୀ କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
ନାବାଳିକାକୁ ବ୍ୟଭିଚାର : ଦୋଷୀ କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
ନାବାଳିକାକୁ ବ୍ୟଭିଚାର : ଦୋଷୀ କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ


ସମ୍ବଲପୁର, ୨୮, ଫେବ୍ରୁଆରୀ (ହି.ସ.) ଜନୈକା ନାବାଳିକା ପ୍ରତି ହୋଇଥିବା ବ୍ଯଭିଚାର ମାମଲାର ବିଚାର କରି ସ୍ଥାନୀୟ ସ୍ୱତନ୍ତ୍ର ପୋକସୋ ଅଦାଲତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜି ଦଣ୍ଡାଦେଶ ଶୁଣାଇଛନ୍ତି। ଏତଲାର ୧୭୪ ଦିନ ମଧ୍ୟରେ ଏହି ମାମଲାର ବିଚାର ସମ୍ପୂର୍ଣ୍ଣ ହୋଇଛି। ୬ ପୋକସୋ ଆକ୍ଟ ବଳରେ ଅଭିଯୁକ୍ତ ହେମନ୍ତ ଓରାମ (୨୮)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫୦ ହଜାର ଟଙ୍କା ଜରିବନା ଏବଂ ଅନ୍ୟ ଏକ ଧାରାରେ ୪ ବର୍ଷ ସଶ୍ରମ ଜେଲ ଓ ୧୦ ହଜାର ଟଙ୍କା ଜରିବନା ଶୁଣାଇଛନ୍ତି। ସ୍ୱତନ୍ତ୍ର ପିପି ପ୍ରସନ୍ନ କୁମାର ସାହୁ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିବା ବେଳେ ରେଙ୍ଗାଲି ଥାନାର ଏସଆଇ ରଞ୍ଜନ ନାଗ ଏହାର ଆଇଓ ଏବଂ ଅତିରିକ୍ତ ଏସପି ଶ୍ରୀମନ୍ତ ବାରିକ ନିରୀକ୍ଷଣ କରିଥିଲେ। ଏନେଇ ପୀଡ଼ିତାଙ୍କ ମାଆ ୨୦୨୫ ସେପ୍ଟେମ୍ବର ୬ ତାରିଖ ଦିନ ରେଙ୍ଗାଲି ଥାନାରେ ଏତଲା ଦେଇଥିଲେ।ଏତଲାରେ ଦର୍ଶାଯାଇଥିଲାଯେ, ଅଭିଯୁକ୍ତ ଜଣକ ବିଭିନ୍ନ ପରଲୋଭନ ଦେଖା ନାବାଳିକା ସହିତ ବାରମ୍ବାର ସମ୍ପର୍କ ରଖିଥିଲା। ପରେ ଶାରୀରିକ ସମସ୍ୟା ଯୋଗୁ ନାବାଳିକାକୁ ସଦର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ସେ ନଅ ମାସର ଅନ୍ତସତ୍ଵା ଜଣାପଡିଥିଲା। ଏହା ପ୍ରଘଟ ନକରିବା ପାଇଁ ଅଭିଯୁକ୍ତ ନାବାଳିକାଙ୍କ ପରିବାର କୁ ଧମକ ଦେଇଥିଲା ବୋଲି ଏତଲାରେ କୁହାଯାଇଥିଲା। ଏତଲାର ୫୫ ଦିନ ମଧ୍ୟରେ ପୋଲିସ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande