ବିଜ୍ଞାନ ଏକାଡେମୀ ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳିତ
ଭୁବନେଶ୍ୱର, ୨୮ ଫେବୃୟାରୀ (ହି.ସ)- ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନସ୍ଥ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ଶନିବାର ଭୁବନେଶ୍ୱର ଅନ୍ଧାରୁଆସ୍ଥିତ ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ଜାତୀୟ ବିଜ୍ଞାନ ଦିବସ-୨୦୨୬ ମହାସମାରୋହରେ ପାଳିତ ହୋଇଛି। ଶିକ୍ଷାବିତ୍ ତଥା ପରିବେଶବିତ୍ ଡକ୍ଟର ଜୟକ
ବିଜ୍ଞାନ ଏକାଡେମୀ ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳିତ


ଭୁବନେଶ୍ୱର, ୨୮ ଫେବୃୟାରୀ (ହି.ସ)- ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନସ୍ଥ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ଶନିବାର ଭୁବନେଶ୍ୱର ଅନ୍ଧାରୁଆସ୍ଥିତ ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ଜାତୀୟ ବିଜ୍ଞାନ ଦିବସ-୨୦୨୬ ମହାସମାରୋହରେ ପାଳିତ ହୋଇଛି। ଶିକ୍ଷାବିତ୍ ତଥା ପରିବେଶବିତ୍ ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦେଇ ବିଜ୍ଞାନ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଚଳିତ ବର୍ଷର ବିଷୟବସ୍ତୁ “ବିଜ୍ଞାନରେ ମହିଳା : ବିକଶିତ ଭାରତର ଅନୁପ୍ରେରକ” ସମ୍ବନ୍ଧରେ ସେ ଛାତ୍ରଛାତ୍ରୀମାନଙ୍କୁ ବହୁ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥିଲେ।

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଓଡ଼ିଶା ବିଜ୍ଞାନ ଏକାଡେମୀର ସଚିବ ଶ୍ରୀମତୀ ଶିବାନୀ ମହାନ୍ତି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ରାଜ୍ୟରେ ବିଜ୍ଞାନ ଶିକ୍ଷାର ପ୍ରସାର କ୍ଷେତ୍ରରେ ଓଡ଼ିଶା ବିଜ୍ଞାନ ଏକାଡେମୀର ଭୂମିକା ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଅନୁଶାସନ ସଚିବ ଶ୍ରୀ ପଦ୍ମଲୋଚନ ଦାସ ଏବଂ ସହ ଉପବିଭାଗ ଅଧିକାରୀ ସୁଶ୍ରୀ ଜ୍ୟୋସ୍ନା ନନ୍ଦ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଏକାଡେମୀ ଦ୍ୱାରା ପ୍ରକାଶିତ ‘ବିଜ୍ଞାନ ଦିଗନ୍ତ’ ଓ ‘ସାଇନ୍ସ ହରାଇଜନ୍’ ପତ୍ରିକା ବଣ୍ଟନ କରାଯାଇଥିଲା। ଏହି ଅବସରରେ ଏକାଡେମୀ ପକ୍ଷରୁ ପ୍ରବନ୍ଧ, ତର୍କ, କୁଇଜ୍ ଓ ଚିତ୍ରାଙ୍କନ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ କୃତିତ୍ୱ ହାସଲ କରିଥିବା ୧୩ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି। ଶେଷରେ ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ସମସ୍ତଙ୍କୁ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande