ବନ୍ଧପଡ଼ାର ରମଣ ଭିପନେଟ ସlଇନ୍ସ କ୍ଲବ ତରଫରୁ ଜାତୀୟ ବିଜ୍ଞାନ ଦିବସ ପାଳନ
ବଲାଂଗିର, ୨୮ ଫେବୃଆରୀ (ହି.ସ.)- ଆଜି ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାର ରମଣ ଭିପନେଟ ସlଇନ୍ସ କ୍ଲବ ତରଫରୁ ଜାତୀୟ ବିଜ୍ଞାନ ଦିବସ ପାଳନ ହୋଇଯାଇଛି l ଶିକ୍ଷୟତ୍ରୀ ଅପର୍ଣ୍ଣା ପଟେଲଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ଅଧ୍ୟକ୍ଷତା କରିଥିଲେ l ଶିକ୍ଷୟିତ୍ରୀ ଅପର
ବନ୍ଧପଡ଼ାର ରମଣ ଭିପନେଟ ସlଇନ୍ସ କ୍ଲବ ତରଫରୁ ଜାତୀୟ ବିଜ୍ଞାନ ଦିବସ ପାଳନ


ବନ୍ଧପଡ଼ାର ରମଣ ଭିପନେଟ ସlଇନ୍ସ କ୍ଲବ ତରଫରୁ ଜାତୀୟ ବିଜ୍ଞାନ ଦିବସ ପାଳନ


ବଲାଂଗିର, ୨୮ ଫେବୃଆରୀ (ହି.ସ.)- ଆଜି ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାର ରମଣ ଭିପନେଟ ସlଇନ୍ସ କ୍ଲବ ତରଫରୁ ଜାତୀୟ ବିଜ୍ଞାନ ଦିବସ ପାଳନ ହୋଇଯାଇଛି l ଶିକ୍ଷୟତ୍ରୀ ଅପର୍ଣ୍ଣା ପଟେଲଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ଅଧ୍ୟକ୍ଷତା କରିଥିଲେ l ଶିକ୍ଷୟିତ୍ରୀ ଅପର୍ଣ୍ଣା ପଟେଲ ସାର ସି.ଭି.ରମନଙ୍କ ଜୀବନୀ ଓ ରମଣ ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ l ଶ୍ରୀ ବଡ଼ପଣ୍ଡା ଏହି ଦିବସ ଅବସରରେ ବିଜ୍ଞାନକୁ ଲୋକପ୍ରିୟ କରିବା ଓ ବିଜ୍ଞାନର ଉପକାର ଉପରେ ଛାତ୍ର ଛତ୍ରୀମାଙ୍କୁ ଦିଗଦର୍ଶନ ଦେଇଥିଲେ l ପୁଣି ଏ ବର୍ଷର ମୁଖ୍ୟ ବିଷୟ-ବିଜ୍ଞାନରେ ମହିଳା :ବିକଶିତ ଭାରତର ଉତପ୍ରେରକ ବିଷୟରେ ବକ୍ତବ୍ୟ ରଖିଥିଲେ l

ସଭାରେ ଶିକ୍ଷୟତ୍ରୀ ମଞ୍ଜରୀ ସୁନା, ଶିକ୍ଷକ ନୀଳାମ୍ବର ନନ୍ଦ ଏହି ଦିବସ ବିଷୟରେ ମାର୍ଗଦର୍ଶନ କରିଥିଲେ l ଶେଷରେ ଶିକ୍ଷୟିତ୍ରୀ ଶ୍ରୀମାସୁତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande