ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସ୍ଵର୍ଣ୍ଣକ୍ଷେତ୍ର ଗଦଗଦିରେ ଜାତୀୟ ବିଜ୍ଞାନ ଦିବସ ପାଳନ
କେନ୍ଦୁଝର, ୨୮ ଫେବୃଆରୀ (ହି.ସ.)- ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଚିଲିଦାର ସହକାରୀ ଶିକ୍ଷକ ଯତୀନ କୁମାର ବାରିକ ଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥି
National science day


କେନ୍ଦୁଝର, ୨୮ ଫେବୃଆରୀ (ହି.ସ.)- ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଚିଲିଦାର ସହକାରୀ ଶିକ୍ଷକ ଯତୀନ କୁମାର ବାରିକ ଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ଜାତୀୟ ବିଜ୍ଞାନ ଦିବସର ମହତ୍ତ୍ୱ ବିଷୟରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ନବମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକ ନାଟକ ' ଅନ୍ଧ ବିଶ୍ୱାସ ' ପ୍ରଦର୍ଶିତ ହୋଇଥିଲା। ଅରୁଣ ଶ୍ରେଣୀରୁ ପ୍ରଭାତ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞାନର ପ୍ରୟୋଗ, ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞାନର ପ୍ରକଳ୍ପ ପ୍ରଦର୍ଶନ, ପଞ୍ଚମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞାନର ପ୍ରଶ୍ନମଞ୍ଚ, ଅଷ୍ଟମ ଶ୍ରେଣୀର ବିଜ୍ଞାନ ପତ୍ର ବାଚନ ଏବଂ ନବମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ବିଜ୍ଞାନାଗାରରେ ବିଜ୍ଞାନ ପରୀକ୍ଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏତଦ୍ ଭିନ୍ନ ବିଜ୍ଞାନ ଆଚାର୍ଯ୍ୟ ସନ୍ତୋଷ କୁମାର ମହାନ୍ତ ବିଭିନ୍ନ ପରୀକ୍ଷା କରି ଶିଶୁ ମାନଙ୍କୁ ଦେଖାଇଥିଲେ। ଶିଶୁ ବାଟିକାର ପ୍ରକଳ୍ପ ଗୁଡିକୁ ଉଦଘାଟନ କରିଥିଲେ ପରିଚାଳନା ସମିତି ସଦସ୍ୟା ବୈଦେହୀ ମହାନ୍ତ।

ଉଦଘାଟନ ଉତ୍ସବରେ ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିଲେ ପ୍ରଧାନ ଆଚାର୍ଯ୍ୟ ପୁରୁଜିତ୍ ମୁନି ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଗୁରୁଜୀ ପ୍ରତାପ ଚନ୍ଦ୍ର ମହାନ୍ତ। ଶିଶୁ ଭଉଣୀ ମାନେ ପ୍ରତିମା ଗୁରୁମାଙ୍କ ନିର୍ଦ୍ଦେଶନାରେ ଏକ ବିଜ୍ଞାନ ଭିତ୍ତିକ ଏକ ସାମୂହିକ କଣ୍ଠ ସଂଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମଟି ସଂଯୋଜନା କରିଥିଲେ ଗୁରୁମା ବିନ୍ଦୁମତୀ ମହାନ୍ତ । ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସେବକ ସେବିକା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande