ତୁଳସୀ ମହିଳା ମହାବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ
କେନ୍ଦ୍ରାପଡା, ୨୮ ଫେବୃଆରୀ (ହି.ସ.)- ତୁଳସୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡ଼ାରେ ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଅଧ୍ୟକ୍ଷ ତପନ କୁମାର ଦାସ ପୌରୋହିତ୍ୟ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସବିତା ଦାସ ଯୋଗଦେଇ ଛାତ
ତୁଳସୀ ମହିଳା ମହାବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ


କେନ୍ଦ୍ରାପଡା, ୨୮ ଫେବୃଆରୀ (ହି.ସ.)- ତୁଳସୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡ଼ାରେ ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଅଧ୍ୟକ୍ଷ ତପନ କୁମାର ଦାସ ପୌରୋହିତ୍ୟ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସବିତା ଦାସ ଯୋଗଦେଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ବ୍ରହ୍ମାନନ୍ଦ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଜାତୀୟ ବିକାଶ ପାଇଁ ବୈଜ୍ଞାନିକ ଉଦ୍ଭାବନ ଏବଂ ଗବେଷଣାର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ । ଗଣିତ ବିଭାଗର ଅଧ୍ୟାପିକା ନିବେଦିତା ନାୟକ ଓ ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପିକା ଡଃ ଏରିକା ମହାନ୍ତି, ବାଗ୍ମୀ ସାମଲ ଏହି ସଭାରେ ଯୋଗଦେଇ ବିଜ୍ଞାନର ଆବଶ୍ୟକତା ଓ ମହତ୍ୱ ବିଷୟରେ ଆଲୋଚନା କରିଥିଲେ ।

ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ଏହି ସଭାରେ ଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ । ଶେଷରେ ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପିକା ଦିପ୍ତୀପ୍ରଭା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande