ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ
ବଲାଙ୍ଗୀର,୨୮ ଫେବୃଆରୀ(ହି.ସ.) – ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମହାନ ବିଜ୍ଞାନୀ ସି.ଭି.ରମଣଙ୍କ ପ୍ରଭାବ ଆବିଷ୍କାର କୁ ସ୍ମରଣ କରି ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇଙ୍କ ମାର୍ଗଦର୍ଶନରେ ଆୟୋଜ
ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ


ବଲାଙ୍ଗୀର,୨୮ ଫେବୃଆରୀ(ହି.ସ.) – ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମହାନ ବିଜ୍ଞାନୀ ସି.ଭି.ରମଣଙ୍କ ପ୍ରଭାବ ଆବିଷ୍କାର କୁ ସ୍ମରଣ କରି ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ-୨୦୨୬ ର ଜାତୀୟ ବିଜ୍ଞାନ ଦିବସ ର ବିଷୟ ବିଜ୍ଞାନରେ ମହିଳା:ବିକଶିତ ଭାରତର ଅନୁପ୍ରେରକ’ ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ପ୍ରାପ୍ତି ପାଇଁ ମହିଳା ବୈଜ୍ଞାନିକଙ୍କ ଯୋଗଦାନ କୁ ଉତ୍ସାହିତ କରିବା ସେ ଉପରେ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ପୂଝାହାରୀ ଓ ନୂତନ ନାୟକ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରା ନିଜ ବକ୍ତବ୍ୟରେ ରମଣ ପ୍ରଭାବ ବିଷୟରେ ଛାତ୍ରୀମାନଙ୍କୁ ସଚେତନ କରିଥିଲେ। ଏହି ଅବସରରେ ଛାତ୍ରୀ ଦମୟନ୍ତୀ ଖୁଆସ,ସ୍ମୃତି ଶିଖା କୁମ୍ଭାର ଓ ମାନସୀ ରାଣୀ ଦାଶ ସି.ଭି.ରମଣଙ୍କ ଜୀବନୀ ତଥା ବିଜ୍ଞାନ ଦିବସର ଅନୁଚିନ୍ତା ବିଷୟରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଆୟୋଜିତ କୁଇଜ କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷୟତ୍ରୀ ଧାରାଶ୍ରୀ ଧୀମୟୀ ବେହେରା, ସୋମନାଞ୍ଜଳୀ ସାହୁ ପରିଚାଳନା କରିଥିଲେ। କୃତୀ ଛାତ୍ରୀ ଅର୍ଚ୍ଚନା ବେହେରା, ସ୍ମୃତି ଶିଖା କୁମ୍ଭାର, ରୁଚିକା ସାଏ, ମାନସୀ ରାଣୀ ଦାଶ, ଦମୟନ୍ତୀ ଖୁଆସ, ଅଙ୍କିତା ନାଏକ, ସ୍ମୃତିପ୍ରିୟା ସାହୁ, ଅମନଲାଲ ଶତପଥି, ଶ୍ୟାମ କୁଶୁଳିଆ, ରୁପାଲୀ ମଧୁସ୍ମିତା ମହାଲିଙ୍ଗଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷୟତ୍ରୀ ପ୍ରିୟମ୍ବଦା ଦେବ, ସବିତା ମିଶ୍ର, ସ୍ୱରୂପା ହୋତା, ଜସ୍ମିନ ସାହୁ, ଲିଲି ଭୋଇ, ପୂଜା ଦାଶ ପ୍ରମୁଖ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande