ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି
ଭୁବନେଶ୍ୱର, ୨୮ ଫେବୃୟାରୀ (ହି.ସ)- ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡି। ବିଜେଡି ସଭାପତି ନବୀନ ପଟ୍ଟନାୟକ ସନ୍ତୃପ୍ତ ମିଶ୍ର ଦଳୀୟ ପ୍ରାର୍ଥୀ ଓ ଡାକ୍ତର ଦତେଶ୍ୱର ହୋତା କମନ୍ କ୍ୟାଣ୍ଡିଡେଟ୍ ହେବେ ବୋଲି ଘୋଷଣା କରିଛନ୍ତି। ଦତେଶ୍ୱରଙ୍କୁ କମନ କ୍ୟାଣ୍ଡିଡେଟ୍ କହି ନବ
bjd


ଭୁବନେଶ୍ୱର, ୨୮ ଫେବୃୟାରୀ (ହି.ସ)- ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡି। ବିଜେଡି ସଭାପତି ନବୀନ ପଟ୍ଟନାୟକ ସନ୍ତୃପ୍ତ ମିଶ୍ର ଦଳୀୟ ପ୍ରାର୍ଥୀ ଓ ଡାକ୍ତର ଦତେଶ୍ୱର ହୋତା କମନ୍ କ୍ୟାଣ୍ଡିଡେଟ୍ ହେବେ ବୋଲି ଘୋଷଣା କରିଛନ୍ତି। ଦତେଶ୍ୱରଙ୍କୁ କମନ କ୍ୟାଣ୍ଡିଡେଟ୍ କହି ନବୀନ ସମର୍ଥନ ଲୋଡିଛନ୍ତି। ଦତେଶ୍ୱରଙ୍କୁ ସବୁ ଦଳ ସମର୍ଥନ କରନ୍ତୁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ।

ସୂଚନାଯୋଗ୍ୟ ଯେ ସନ୍ତୃପ୍ତ ବର୍ତମାନ ନବୀନଙ୍କ ବ୍ୟକ୍ତିଗତ ରାଜନୈତିକ ସଚିବ ଅଛନ୍ତି। ଗତ ସାଧାରଣ ନିର୍ବାଚନରେ ସନ୍ତୃପ୍ତ କଟକ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ସେହିପରି ଡା. ଦତେଶ୍ୱର ହୋତା ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ କାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ସେ କ୍ୟାପିଟାଲ ହସ୍ପିଟାଲରେ ନ୍ୟୁରୋଲୋଜି ବିଭାଗରେ ଡାକ୍ତର ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande