ଦତେଶ୍ୱର ହୋତାଙ୍କୁ ସମର୍ଥନ କରିବ କଂଗ୍ରେସ
ଭୁବନେଶ୍ୱର, ୨୮ ଫେବୃୟାରୀ (ହି.ସ)- ରାଜ୍ୟସଭା ପ୍ରାର୍ଥୀ ଡା. ଦତେଶ୍ୱର ହୋତାଙ୍କୁ କଂଗ୍ରେସ ସମର୍ଥନ ଘୋଷଣା କରିଛି। ଏନେଇ ସୂଚନା ଦେଇ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ସୋମବାର ନବୀନ ବାବୁଙ୍କ ସହ ମୋର ସାକ୍ଷାତ ଆଲୋଚନା ହୋଇଛି। ଜଣେ କମନ୍ କ୍ୟାଣ୍ଡିଡେଟ୍ ନେଇ ନବୀନଙ୍କ ସହ ଆଲୋଚନା ହୋଇଥି
Bhakta Charan Das (File Photo)


ଭୁବନେଶ୍ୱର, ୨୮ ଫେବୃୟାରୀ (ହି.ସ)- ରାଜ୍ୟସଭା ପ୍ରାର୍ଥୀ ଡା. ଦତେଶ୍ୱର ହୋତାଙ୍କୁ କଂଗ୍ରେସ ସମର୍ଥନ ଘୋଷଣା କରିଛି। ଏନେଇ ସୂଚନା ଦେଇ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ସୋମବାର ନବୀନ ବାବୁଙ୍କ ସହ ମୋର ସାକ୍ଷାତ ଆଲୋଚନା ହୋଇଛି। ଜଣେ କମନ୍ କ୍ୟାଣ୍ଡିଡେଟ୍ ନେଇ ନବୀନଙ୍କ ସହ ଆଲୋଚନା ହୋଇଥିଲା। ତଦନୁଯାୟୀ ନବୀନ ବାବୁ କମନ୍ କ୍ୟାଣ୍ଡିଡେଟ୍ ଘୋଷଣା କରିଛନ୍ତି। ଏନେଇ ଆମେ କଂଗ୍ରେସ ହାଇକମାଣ୍ଡଙ୍କୁ ଜଣାଇଛୁ ଓ ଅନୁମତି ମଧ୍ୟ ନେଇଛୁ। ସେ ଆହୁରି କହିଛନ୍ତି ଯେ କମନ କ୍ୟାଣ୍ଡିଡେଟ୍ ଙ୍କ ଉପରେ ଚାପ ସୃଷ୍ଟି କରା ନ ଯାଉ। ଚାପର ବଶବର୍ତୀ ହୋଇ ସେ ପ୍ରାର୍ôଥତ୍ୱ ପ୍ରତ୍ୟାହାର ନ କରନ୍ତୁ। ୨ ତାରିଖରେ ଘୋଡ଼ା ବେପାର ରୋକିବା ପାଇଁ ପଦକ୍ଷେପ ନେବୁ। ଘୋଡ଼ା ବେପାର ବନ୍ଦ କରି କମନ କ୍ୟାଣ୍ଡିଡେଟ୍ ଜିତାଇବା ଲକ୍ଷ୍ୟ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande