ଫୁଲବାଣୀରେ ସାମାଜିକ ସଦଭାବନା ନେତୃତ୍ଵ ବୈଠକ ଅନୁଷ୍ଠିତ
କନ୍ଧମାଳ, ୨୮ ଫେବୃଆରୀ (ହି.ସ.)- ଫୁଲବାଣୀ ପୌର ପରିଷଦ ଅଞ୍ଚଳର ନାରାୟଣୀ ଯାତ୍ରା କମିଟି ସମ୍ମିଳନୀ କକ୍ଷରେ ପୁଲବାଣୀର ସାମାଜିକ ସଦଭାବନା ନେତୃତ୍ୱ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଜଗଦୀଶ ଦାସ ଯୋଗଦେଇ ସମାଜରେ ପରିବର୍ତନ ଆଣିବାକୁ ହେଲେ ପ୍ରଥମେ ପରିବାର ରେ ସାମାଜିକ ସଂସ୍କ
ଫୁଲବାଣୀରେ ସାମାଜିକ ସଦଭାବନା ନେତୃତ୍ଵ ବୈଠକ ଅନୁଷ୍ଠିତ


କନ୍ଧମାଳ, ୨୮ ଫେବୃଆରୀ (ହି.ସ.)- ଫୁଲବାଣୀ ପୌର ପରିଷଦ ଅଞ୍ଚଳର ନାରାୟଣୀ ଯାତ୍ରା କମିଟି ସମ୍ମିଳନୀ କକ୍ଷରେ ପୁଲବାଣୀର ସାମାଜିକ ସଦଭାବନା ନେତୃତ୍ୱ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଜଗଦୀଶ ଦାସ ଯୋଗଦେଇ ସମାଜରେ ପରିବର୍ତନ ଆଣିବାକୁ ହେଲେ ପ୍ରଥମେ ପରିବାର ରେ ସାମାଜିକ ସଂସ୍କାର ଆବଶ୍ୟକ l ସେହିପରି ନିରଞ୍ଜନ ମିଶ୍ର ଯୋଗଦେଇ ସମାଜରେ ପଞ୍ଚ ପରିବର୍ତନ ଶୈଳୀ ଉପରେ ଆଲୋକପାତ କରିଵା ସହିତ ସାମାଜିକ ସଦଭାବନା ନେତୃତ୍ୱ ହେଉଛି ବିଭିନ୍ନ ଜାତିଧର୍ମ ଓ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଏକତାଶାନ୍ତି ଏବଂ ଭାଇଚାରା ବଜାୟ ରଖିବା ପାଇଁ ପ୍ରୟାସ କରିବା। ଏହା ମହାପୁରୁଷଙ୍କ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ଯାହା ନୈତିକତାରାଷ୍ଟ୍ର ନିର୍ମାଣ ଏବଂ ସାମାଜିକ ସହଯୋଗ ଉପରେ ଗୁରୁତ୍ୱ ଦେଇଥାଏ। ଏଭଳି ନେତୃତ୍ୱ ସମାଜରେ ଘୃଣା ଓ ବିଭେଦକୁ ଦୂର କରି ସଦଭାବନା ସୃଷ୍ଟି କରିଥାଏ। ସେହିପରି ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରଶାନ୍ତ ବେହେରା ଯୋଗଦେଇ ସାମାଜିକ ସଦଭାବନା ପାଇଁ ପ୍ରଥମେ ପରିବାରରୁ ପ୍ରାରମ୍ଭ ହେବା ଆବଶ୍ୟକ ଏବଂ ପରବର୍ତ୍ତୀ ସମୟରେ ଶିକ୍ଷା ବ୍ୟବସ୍ଥାରେ ଗୁରୁକୁଳର ସମକକ୍ଷ ବ୍ଯବସ୍ଥା ଆଣିବା ସମେତ ସ୍ବଦେଶୀ ଚିନ୍ତାଧାରାର ମାନସିକତା ଉପରେ ଆଧାରିତ ପ୍ରଶିକ୍ଷଣ କରିବା ଆବଶ୍ୟକ ବୋଲି କହିଥିଲେ। ବରିଷ୍ଠ ନାଗରିକ ନବକିଶୋର ରଥ, ଅମୀୟ କୁମାର ପଟ୍ଟନାୟକ ଏବଂ ବରିଷ୍ଠ ନାଗରିକ ମାନେ ଆଲୋଚ୍ୟ ବିଷୟ ସମ୍ପର୍କରେ ନିଜ ନିଜର ମତାମତ ରଖିଥିଲେ।

କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଶିକ୍ଷକ ବଂଶୀଧର ପଣ୍ଡା ପରିଚାଳନା କରିଥିଲେ। ନିରଞ୍ଜନ ମିଶ୍ର ଆଲୋଚନାର ବିଷୟ ବସ୍ତୁ ଉପରେ ବିସ୍ତୃତ ଭାବରେ ଭାରତୀୟ ସଂସ୍କୃତି ଓ ପରମ୍ପରାର ପ୍ରାଥମିକ ଜୀବନ ଶୈଳୀ ଏବଂ ଏହାର ପରିଣାମ ଓ ପରବର୍ତ୍ତୀ ସମୟରେ ଏହାର ପରିବର୍ତ୍ତନରେ ଲୋକମାନଙ୍କ ଜୀବନ ଶୈଳୀ ଓ ଏହାର ପରିଣାମ ସ୍ବରୁପ ଦେଶ ଓ ଏହାର ପରିବେଶ ସମେତ ଅବକ୍ଷୟଗାମୀ ଲୋକଙ୍କ ଜୀବନ ଶୈଳୀ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସଂଘ ଚାଳକ ରମେଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ନରେଶ ମହାନ୍ତି ଶାନ୍ତି ପାଠ କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ଜାତିର ସଭାପତି ସମ୍ପଦକ ଓ କର୍ମକର୍ତ୍ତା ମାନଙ୍କ ସମେତ ଶିଶୁ ବିଦ୍ୟାମନ୍ଦିରର ଗୁରୁଜୀ ଓ ଗୁରୁ ମା ମାନେ ଯୋଗ ଦେଇଥିଲେ। ଆଗକୁ ଏହିଭଳି ଆଲୋଚନାଚକ୍ର ଅନୁଷ୍ଠିତ ହେବ ବୋଲି ମତ ପ୍ରକାଶ ପାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande