ଅସହାୟ ଭୋକିଲାଙ୍କୁ ଖାଦ୍ୟ ବାଂଟିବ ସ୍ମାଇଲ ଫର୍ ଅଲ୍ ସଂଗଠନ ପେଟ କେ ମୁଠେ ଅଭିଯାନ ଆସନ୍ତା ଆଜିଠୁ ହେବ ଆରମ୍ଭ
ବଲାଙ୍ଗୀର,୨୮ ଫେବୃଆରୀ(ହି.ସ.) – ବଲାଙ୍ଗୀର ସହରରେ ବିଭିନ୍ନ ବର୍ଗର ଲୋକେ ବାସ କରୁଛନ୍ତି। ସହରରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଆର୍ôଥକ ସ୍ତରରେ ସ୍ୱଚ୍ଛଳ ତଥା ଅତି ସ୍ୱଚ୍ଛଳ ବର୍ଗର। ଏମାନଙ୍କ ଭିତରେ ଅନେକ ବି ଲୋକ ଅଛନ୍ତି ଯେଉଁମାନେ ଅତି ଦୁସ୍ଥ, ବୃଦ୍ଧ, ବୃଦ୍ଧା, ଆର୍ôଥକ ସ୍ତରରେ ବହୁତ ଅନଗ୍ରସର
ଅସହାୟ ଭୋକିଲାଙ୍କୁ ଖାଦ୍ୟ ବାଣ୍ଟିବ ସ୍ମାଇଲ ଫର୍ ଅଲ୍ ସଂଗଠନ “ପେଟ କେ ମୁଠେ” ଅଭିଯାନ ଆସନ୍ତା ଆଜିଠୁ ହେବ ଆରମ୍ଭ


ବଲାଙ୍ଗୀର,୨୮ ଫେବୃଆରୀ(ହି.ସ.) – ବଲାଙ୍ଗୀର ସହରରେ ବିଭିନ୍ନ ବର୍ଗର ଲୋକେ ବାସ କରୁଛନ୍ତି। ସହରରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଆର୍ôଥକ ସ୍ତରରେ ସ୍ୱଚ୍ଛଳ ତଥା ଅତି ସ୍ୱଚ୍ଛଳ ବର୍ଗର। ଏମାନଙ୍କ ଭିତରେ ଅନେକ ବି ଲୋକ ଅଛନ୍ତି ଯେଉଁମାନେ ଅତି ଦୁସ୍ଥ, ବୃଦ୍ଧ, ବୃଦ୍ଧା, ଆର୍ôଥକ ସ୍ତରରେ ବହୁତ ଅନଗ୍ରସର ଯେଉଁମାନେ କି ପେଟକୁ ଦୁଇ ମୁଠା ଖାଦ୍ୟ ଦୁଇ ଓଳି ପାଇଁ ଯୋଗାଡ କରିପାରନ୍ତି ନାହିଁ। ଏମାନଙ୍କ ଭିତରେ ଆହୁରି କିଛି ବି ଲୋକ ଅଛନ୍ତି ଯେଉଁମାନେ କି ଆର୍ôଥକ ସ୍ତରରେ ତ ଅନଗ୍ରସର ତା ସହ ରୋଗାଗ୍ରସ୍ତ ତଥା ବାର୍ଦ୍ଧକ୍ୟ ଯୋଗୁଁ ନିଜ ପାଇଁ ଖାଦ୍ୟ ତିଆରି କରିପାରୁନାହାନ୍ତି। ଏପରି ଲୋକଙ୍କର ପେଟକୁ ଦୁଇ ବେଳା ଖାଦ୍ୟ ପରଷିବା ପାଇଁ ବଲାଙ୍ଗିର ର ଅଗ୍ରଣୀ ସାମାଜିକ ସଂଗଠନ “ସ୍ମାଇଲ ଫର ଅଲ୍ ଫାଉଣ୍ଡେସନ” ଅଂଟା ଭିଡିଛି। ଏହି ସଂଗଠନର ସଦସ୍ୟମାନେ ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ସ୍ମାଇଲ ଫର ଅଲ୍ ଫାଉଣ୍ଡେସନ ଅନେକ ଦିନରୁ ସହରର ଦୁସ୍ଥ ଲୋକଙ୍କ ପାଇଁ ସେବା କାର୍ଯ୍ୟ ଜାରି ରଖିଛି। ବଲାଙ୍ଗିର ରେ ବର୍ଷା ବିତ୍ପାତ ହେଉ କି ମହାମାରୀ କରୋନା ଏପରି କଷ୍ଟକର ସମୟରେ ସଂଗଠନର ସଭ୍ୟମାନେ ନିସ୍ୱାର୍ଥପର ଭାବରେ ଲୋକଙ୍କ ସେବା କରିଛନ୍ତି। ଏହି ସେବା କାର୍ଯ୍ୟକୁ ଦେଖି ସହରର କିଛି ସଚେତନ ନାଗରିକ, ସାମ୍ବାଦିକ, ବିଭିନ୍ନ ସାମାଜିକ ସଂଗଠନର ବନ୍ଧୁମାନେ ଆମକୁ ଅନୁରୋଧ କରିଥିଲେ ଯେ ବଲାଙ୍ଗିର ରେ ରହୁଥିବା ଆର୍ôଥକ ଅନଗ୍ରସର ପୁଅ ଝିଅ ବାସନ୍ଦ କରିଦେଇଥିବା ଅସହାୟ ବୃଦ୍ଧ, ବୃଦ୍ଧା, ଗରିବ, ବାସହୀନଙ୍କୁ ଦୁଇ ବେଳା ସୁଷମା ରନ୍ଧାଖାଦ୍ୟ ଯଦି ସେମାନଙ୍କ ଘର ଦୁଆରେ ପହଂଚାଇ ଦିଆଯାଇ ପାରିବ ତେବେ ଏହା ଏକ ସର୍ବକାଳିନ ଶ୍ରେଷ୍ଠ ସମାଜସେବା ଭାବରେ ପରିଗଣିତ ହେବ। ଏପରି ସମ୍ବେଦନଶିଳ ଅନୁରୋଧକୁ ରକ୍ଷା କରି ସ୍ମାଇଲ ଫର ଅଲ୍ ଫାଉଣ୍ଡେସନ ଆଜି ଠାରୁ “ପେଟ କେ ମୁଠେ” ଅଭିଯାନ ଆରମ୍ଭ କରୁଛି। ଏହି କାର୍ଯ୍ୟକ୍ରମ ଅନୁସାରେ ଆମ ସଂଗଠନ ଏହି ଦୁସ୍ଥ ଦରିଦ୍ର ଅସହାୟ ଲୋକମାନଙ୍କୁ ମାଗଣା ସୁଷମ ରନ୍ଧା ଖାଦ୍ୟ ତାଙ୍କ ଘର ଦୁଆରେ ଟିଫିନ୍ ଡବା ଯୋଗେ ପହଂଚାଇ ଦେବ। ଏ ପର୍ଯ୍ୟନ୍ତ ସହରରୁ ୧୨ ଜଣ ବୃଦ୍ଧ ବୃଦ୍ଧା ଏହି ମାଗଣା ଖାଦ୍ୟ ଗ୍ରହଣ ପାଇଁ ପଞ୍ଜିକୃତ ହୋଇସାରିଛନ୍ତି। ଏହି କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ସଂଗଠନ ତରଫରୁ ପ୍ରତ୍ୟେକ ଛାତ୍ର, ଯୁବକ, ସଚେତନ ନାଗରିକ, ସମାଜସେବୀ ଙ୍କ ଠାରୁ ସଂଗଠନ ସହଯୋଗ କାମନା କରୁଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ସଂଗଠନର ସଦସ୍ୟମାନେ ଅନୁରୋଧ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନ ର ଉପଦେଷ୍ଟା ଲୋଟସ ଷଡଙ୍ଗି, ଟୁନା ମିଶ୍ର, ସଭାପତି ସାମସନ ମିସାଲ, ସଚିବ ସଂଜିବ ସାହୁ, କୋଷାଧ୍ୟକ୍ଷ ଜୟକୃଷ୍ଣ ମିଶ୍ର, ଚକ୍ରପାଣି ଦାଶ, ସୁଦର୍ଶନ ଚିର୍ଗୁନ ପ୍ରମୁଖ ମଂଚାସିନ ଥିବାବେଳେ ସୁଜିତ ଚନ୍ଦନ, ଅରୁପ ସିଂ, ପ୍ରଭାତ ମିଶ୍ର, ବାବୁ ଚନ୍ଦନ, ଆୟୁଷ ରାଉତ, ରାଜ ନାଏକ, ବବଲୁ ନନ୍ଦ, କିଶୋର ସିଂ ଏବଂ ସୁରେଶ ବାଗ, ବିଙ୍ଗ ହ୍ୟୁମେନର ପ୍ରତିଷ୍ଠାତା ଏବଂ ସଭାପତି ସୋମନାଥ ମିଶ୍ର, ସ୍ୱେଚ୍ଛାସେବୀ ସଂଗଠନର ଗୋବିନ୍ଦ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande