


ବଲାଙ୍ଗିର, ୨୮ ଫେବୃଆରୀ (ହି.ସ.)- ଶନିବାର ଦିନ ସରସ୍ଵତୀ ବିଦ୍ୟାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି। ଡଃ. ଗୋଦାବରୀଶ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଵା ସଭାରେ ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଅରୁଣ କୁମାର ବିହାରୀ ଅଧ୍ୟାପକ ଚାରଭଟା ମହାବିଦ୍ୟାଳୟ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିଶୁଙ୍କୁ ସି..ଭି. ରମଣଙ୍କ ସମ୍ବନ୍ଧେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶିବ ପ୍ରସାଦ ତ୍ରିପାଠୀ ବିଜ୍ଞାନ ସମ୍ବନ୍ଧୀୟ ନୂତନ ଜ୍ଞାନ କୌଶଳର ପ୍ରୟୋଗ ସୁନ୍ଦର ଭାବରେ ପ୍ରଦର୍ଶନ କରିଥିଲେ। ବିଜୟା ଗୁରୁମାଙ୍କ ଦ୍ବାରା ପ୍ରଦର୍ଶିତ ନାଟକ ଵେଶ୍ ଅଦ୍ଭୁତ ହୋଇଥିଲା। ଶିଶୁ ମାନେ ବୈଜ୍ଞାନିକଙ୍କ ବେଶ, ବିଜ୍ଞାନ ପ୍ରୟୋଗ, ପ୍ରଶ୍ନ ମଞ୍ଚ, ଫଟୋ ପ୍ରଦର୍ଶନୀ ଆଦି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।
ନିଳାଞ୍ଚଳ ଚିର୍ଗୁନ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ। ସର୍ମିଷ୍ଠା ଗୂରୁମାଙ୍କ ନେତୃତ୍ଵରେ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ସମାହିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ