ତିହିଡି : ଶିକ୍ଷାବିତଙ୍କ ପରଲୋକ
ଭଦ୍ରକ, ୨୮ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୁଆମାଳ ପଂଚାୟତ ଗୁଆମାଳ ଗ୍ରାମର ଶିକ୍ଷାବିତ ଜନ୍ମେଜୟ ପଣ୍ଡାଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୨ବର୍ଷ ହୋଇଥିଲା।ସେ କିଛିଦିନ ହେବ ହୃଦ ରୋଗରେ ପୀଡିତ ଥିଲେ ।ଶୁକ୍ରବାର ଦିନ ସେ ଛାତିରେ ଯନ୍
TIHIDI SIKHYABIT NKA PARALOKA


ଭଦ୍ରକ, ୨୮ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୁଆମାଳ ପଂଚାୟତ ଗୁଆମାଳ ଗ୍ରାମର ଶିକ୍ଷାବିତ ଜନ୍ମେଜୟ ପଣ୍ଡାଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୨ବର୍ଷ ହୋଇଥିଲା।ସେ କିଛିଦିନ ହେବ ହୃଦ ରୋଗରେ ପୀଡିତ ଥିଲେ ।ଶୁକ୍ରବାର ଦିନ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନା ନିଆଯାଇଥିଲା।ସେଠାରେ ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ତାଙ୍କ ମରଶରୀରକୁ ତାଙ୍କ ବାସଭବନ ଗୁଆମାଳକୁ ଅଣାଯାଇ ଗ୍ରାମପରିକ୍ରମା କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।ବଡ଼ପୁଅ ଦିଲ୍ଲୀପ ପଣ୍ଡା ମୁଖାଗ୍ନି ଦେଇଥିଲେ।ସ୍ୱର୍ଗତ ପଣ୍ଡା କରାପୁଟରେ ଶିକ୍ଷକତାକରି ଅବସର ଗ୍ରହଣକରିଥିଲେ।ସେ ଜଣେ ଛାତ୍ରବତ୍ସଳ,ଶାନ୍ତ, ସରଳ ,ଧର୍ମପରାୟଣ ଓ କର୍ତବ୍ୟନିଷ୍ଠ ବ୍ୟକ୍ତିଭାବେ ପରିଚିତଥିଲେ।ତାଙ୍କ ମୃତ୍ୟୁ ଖବରପାଇ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ରାଜେନ୍ଦ୍ର ଦାସ,ଧାମନଗର ବିଜେଡି ନେତା ଡ଼ା. ସଞ୍ଜୟ ଦାସ,ଜିଲ୍ଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତ ଲତା ନାୟକ,ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ନାୟକ, ଆଇନଜୀବୀ ଚିନ୍ତାମଣି ଦାସ,ପୂର୍ବତନ ସମିତି ସଭ୍ୟ ସଂଗ୍ରାମ ଦାସ,ଭାରତ ସାହୁ,ସୁରେଶ ମହାନ୍ତି,ସୁଧାଂଶୁ ପାଣିଗ୍ରାହୀ,ପର୍ଶୁରାମ ପାଣିଗ୍ରାହୀ, ପ୍ରଭାତ ବେହେରା,ଗୌରାଙ୍ଗ ଜେନା,ପ୍ରସନ୍ନ ସାହୁ,ଶରତ ମିଶ୍ର, ଶ୍ରୀକାନ୍ତ ରାୟ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିବାବେଳେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାଏ,ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ,ପୂର୍ବତନ ବିଧାୟକ ବିଜୟ କୁମାର ନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।ସ୍ୱର୍ଗତ ପଣ୍ଡା ଗୁଆମାଳ ପଂଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ଡାଙ୍କ ବାପା ଓ ଜିଲ୍ଲାପରିଷଦ ସଭ୍ୟା ରୁଜାତା ପଣ୍ଡାଙ୍କ ଶ୍ୱଶୁର ଅଟନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande