ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଜରୁରୀ କାଳୀନ ବୈଠକ ନୂତନ ଜିଲ୍ଲା ଗଠନ ହେଲେ ଟିଟିଲାଗଡ଼ ନିଶ୍ଚୟ ହେବ
ବଲାଙ୍ଗୀର,୨୮ ଫେବୃଆରୀ(ହି.ସ.) – ଦୀର୍ଘ ତିରିଶ ବର୍ଷ ଧରି ଟିଟିଲାଗଡ଼ ଅଂଚଳବାସୀ ସରକାରଙ୍କୁ ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି କରି ଆସୁଛନ୍ତି। ବର୍ଷ ବର୍ଷ ଧରି ଆନ୍ଦୋଳନ ମଧ୍ୟ କରି ଆସୁଛନ୍ତି। ତେବେ ବାରମ୍ବାର କେବଳ ପ୍ରତିଶ୍ରୁତି ମିଳୁଥିଲା। ତେବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବେ ନୂତନ ଜ
ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଜରୁରୀ କାଳୀନ ବୈଠକ


ବଲାଙ୍ଗୀର,୨୮ ଫେବୃଆରୀ(ହି.ସ.) – ଦୀର୍ଘ ତିରିଶ ବର୍ଷ ଧରି ଟିଟିଲାଗଡ଼ ଅଂଚଳବାସୀ ସରକାରଙ୍କୁ ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି କରି ଆସୁଛନ୍ତି। ବର୍ଷ ବର୍ଷ ଧରି ଆନ୍ଦୋଳନ ମଧ୍ୟ କରି ଆସୁଛନ୍ତି। ତେବେ ବାରମ୍ବାର କେବଳ ପ୍ରତିଶ୍ରୁତି ମିଳୁଥିଲା। ତେବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବେ ନୂତନ ଜିଲ୍ଲା ଗଠନ ପାଇଁ ପ୍ରସ୍ତାବ ଦେଇଥିବାବେଳେ ଏହାକୁ ନେଇ ଟିଟିଲାଗଡ଼ବାସୀ ବହୁତ ଉତ୍ସାହିତ। କାରଣ ଟିଟିଲାଗଡ଼ ବଲାଙ୍ଗୀର ଜିଲ୍ଲାର ସର୍ବବୃହତ ସବ ଡିଭିଜନ ହୋଇଥିବାବେଳେ ସମସ୍ତ ଦୃଷ୍ଟିକୋଣରୁ ଜିଲ୍ଲା ହେବା ପାଇଁ ଯୋଗ୍ୟ ଅଟେ। ତେଣୁ ଆମେ ସରକାରଙ୍କ ଉପରେ ନିଶ୍ଚୟ ଆଶା ରଖିବୁ ଯେ ନୂତନ ଜିଲ୍ଲା ଗଠନ ହେଲେ ନିଶ୍ଚିତ ଭାବେ ଟିଟିଲାଗଡ଼କୁ ଅଗ୍ରାଧିକାର ଦିଆଯିବ ବୋଲି ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିରର ସଦସ୍ୟମାନେ କହିଛନ୍ତି। ଏହି ଜରୁରୀକାଳୀନ ବୈଠକରେ ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି ସଞ୍ଜୟ ବେହେରା, ସମ୍ପାଦକ ମହେଶ ମହାନ୍ତି, ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ, କଂଗ୍ରେସ ନେତା ବିରେନ୍ଦ୍ର ବାଗ, ଡମ୍ବରୁଧର ଛତ୍ରିଆ, ଦେବାନନ୍ଦ ସାହୁ, ତୁଳସୀ ସାହୁ, ସରପଂଚ ସଂଘ ରାଜ୍ୟ କାର୍ଯ୍ୟକାରୀ ସଭାପତି ବୀରବର ସାହୁ, ଆଇନଜୀବୀ ଲକ୍ଷ୍ମୀକାନ୍ତ ମହାପାତ୍ର, ପ୍ରଦୀପ ମହାନ୍ତି, ବିଜେପି ନେତା କୁନା ଭାଟି, ସ୍ୱାଧୀନ ବିଧାୟକ ପ୍ରାର୍ଥୀ ହରି ବହିଦାର, ଯାଦବ ସମାଜର ଘୀନୁ ଆଡ଼ଜୁଆଡ଼, ଟାଉନ କଂଗ୍ରେସ ସଭାପତି ରଞ୍ଜନ ଦାସ ଓ ଅନ୍ୟାନ୍ୟ ଜିଲ୍ଲାପ୍ରେମୀ ଏକତ୍ରିତ ହୋଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande