ସଂଘ ବିରୋଧୀ କାର୍ଯ୍ୟ କରିଥିବା ଯୋଗୁଁ ଥାନା ଦ୍ୱାରସ୍ଥ ହେଲେ ଠିକାଦାର
ଜୟପୁର, ୨୮ ଫେବ୍ରୁଆରି (ହି.ସ.) - ଜୟପୁର ନୂତନ ଭାବେ ଗଠିତ ହୋଇଥିବା ବିସିଡି ଠିକାଦାର ସଂଘରେ ସମସ୍ତ ଠିକାଦାରଙ୍କୁ ନେଇ ଯେଉଁ ନିଷ୍ପତି ହୋଇଥିଲା ତାହାର ବିରୋଧ କରି ଯେଉଁ ଠିକାଦାର ମାନେ ଧାର୍ଯ୍ୟ ଦରରୁ କମ ଦରରେ ଟେଣ୍ଡର ପକାଇଥିଲେ ସେମାନଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସପ୍ସଘ କର୍
ସ˚ଘ ବିରୋଧୀ କାର୍ଯ୍ୟ କରିଥିବା ଯୋଗୁଁ ଥାନା ଦ୍ୱାରସ୍ତ ହେଲେ ଠିକାଦାର


ଜୟପୁର, ୨୮ ଫେବ୍ରୁଆରି (ହି.ସ.) - ଜୟପୁର ନୂତନ ଭାବେ ଗଠିତ ହୋଇଥିବା ବିସିଡି ଠିକାଦାର ସଂଘରେ ସମସ୍ତ ଠିକାଦାରଙ୍କୁ ନେଇ ଯେଉଁ ନିଷ୍ପତି ହୋଇଥିଲା ତାହାର ବିରୋଧ କରି ଯେଉଁ ଠିକାଦାର ମାନେ ଧାର୍ଯ୍ୟ ଦରରୁ କମ ଦରରେ ଟେଣ୍ଡର ପକାଇଥିଲେ ସେମାନଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସପ୍ସଘ କର୍ମକର୍ତା ଥାନା ର ଦ୍ୱାରସ୍ତ ହେଲେ ଠିକାଦାର । ମିଳିଥିବା ସୂଚନା ଅନୁଯାୟୀ ଗତକିଛିଦିନ ପୂର୍ବେ ଜୟପୁର ପୌର ପାଳିକାରେ ୭୦ଟି କାମ ନିମନ୍ତେ ୬ କୋଟି ଟଙ୍କାର ଉର୍ଦ୍ଧ ଟେଣ୍ଡର ଡକାଯିବା ପରେ ଠିକାଦାର ସଂଘର ଏକ ବୈଠକ ଡକାଯାଇଥିଲା। ସେହି ବୈଠକରେ ଜୟପୁରର ସମସ୍ତ ଠିକାଦାର କିଭଳି ସୁରୁଖୁରୁରେ ଏବଂ ସମସ୍ତ ଠିକାଦାର କାର୍ଯ୍ୟ ପାଇବେ ସେଥିନେଇ ନିଷ୍ପତି ନିଆଯାଇଥିଲା। ଏପରିକି ଧାର୍ଯ୍ୟ ଦର ହିସାବରେ ସମସ୍ତେ ଟେଣ୍ଡର ଦାଖଲ କରିବାକୁ ନିଷ୍ପତି ନିଆଯାଇଥିଲା। କିନ୍ତୁ କିଛି ଠିକାଦାର ସଂଘକୁ ନଜଣାଇ ୨ପ୍ରତିଶ୍ତ କମରେ ଟେଣ୍ତର ପକାଇ ଦେଇଥିଲେ। ଏବଂ କିଛି ଜିଲ୍ଲା ବାହାରର ଠିକାଦାର ମଧ୍ୟ ଟେଣ୍ଡର ପକାଇଥିଲେ। ଗତକାଲି ସଂଘ କର୍ମକର୍ତା ଜିଲ୍ଲା ବାହାରର ଠିକାଦାର ଓ ଧାର୍ଯ୍ୟ ଦରରୁ କମରେ ଟେଣ୍ଡର ପକାଇଥିବା ଠିକାଦାରଙ୍କୁ କାମ ମିଳିଥିବା ଜାଣିବାକୁ ପାଇବା ପରେ ଉକ୍ତ ଠିକାଦାରଙ୍କ ଘରକୁ ଯାଇ ବୁଝାମଣା କରିଥିଲେ ଏବଂ କାମରୁ ଓହରିଯିବାକୁ କହିଥିଲେ। ଆଜି ଉକ୍ତ ଠିକାଦାର ଜଣକ ଘରୁ ବାହାରି ଆସୁଥିବା ସମୟରେ ଅନ୍ୟ ଠିକାଦାରମାନେ ରାସ୍ତାରେ ଅଟକାଇ କଥା ହେବା ସମୟରେ ଟେଣ୍ଡର ହାସଲ କରିଥିବା ଠିକାଦାରର ସହଯୋଗୀ ପୁଲିସକୁ ଖବର ଦେଇଥିଲେ। ଯେ ସଂଘର ଠିକାଦାର ମାନେ ଟେଣ୍ଡର ପାଇଥିବା ଠିକାଦାରକୁ ଅପହରଣ କରି ନେଉଛନ୍ତି ତେଣୁ ସୁରକ୍ଷା ପ୍ରଦାନ କରନ୍ତୁ ବୋଲି ଥାନାରେ ଫୋନ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଁଚି ଟେଣ୍ଡର ପାଇଥିବା ବ୍ୟକ୍ତିକୁ ଉଦ୍ଧାର କରି ଆଣିବା ସହ ସମସ୍ତ ଠିକାଦାରଙ୍କୁ ଥାନାକୁ ଡକାଇଥିଲେ। ସକାଳ ୧୦ଟାରେ ସମସ୍ତ ଠିକାଦାର ସପ୍ସଘର କର୍ମକର୍ତା ଉପସ୍ଥିତ ରହି ଥାନା ସମ୍ମୁଖରେ ସ୍ୱର ଉତୋଳନ କରି ସପ୍ସଘ ବିରୋଧି କାର୍ଯ୍ୟ କରିଥିବା ଠିକାଦାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ପ୍ରକାଶ ଥାଉକି ଟେଣ୍ଡର ହାତେଇଥିବା ଠିକାଦାର ଅପହରଣ କରୁଥିବା ନେଇ ଅଭିଯୋଗ କରିଥିବା ବେଳେ ସଂଘ ଠିକାଦାର ମାନେ ଏଟ୍ରୋସିଟି ଏତଲା ଦେଇଥିଲେ। ରାତ୍ର ୮ ପର୍ଯ୍ୟନ୍ତ ଥାନାରେ କେସ ରେଜିଷ୍ଟର ହୋଇନଥିବା ବେଳେ ଉଭୟ ଠିକାଦାରଙ୍କ ମଧ୍ୟରେ ଆପୋସ ବୁଝାମଣା ଚାଲିଥିବା ଠିକାଦାର ସପ୍ସଘର ସଭାପତି ପଦ୍ମନ ହରିଜନ ପ୍ରକାଶ କରିଛନ୍ତିି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande