ୟୁ-ଡାଇସ୍ ପ୍ଲସ୍ ଜାତୀୟ କର୍ମଶାଳା ଉଦଯାପିତ
ଭୁବନେଶ୍ୱର, ୨୮ ଫେବୃୟାରୀ (ହି.ସ)- ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗର ମିଳିତ ଆନୁକୂଲ୍ୟରେ ଦୁଇ ଦିବସୀୟ ୟୁ-ଡାଇସ୍ ପ୍ଲସ୍ ସମ୍ପର୍କିତ ଜାତୀୟ କର୍ମଶାଳା ଆଜି ଉଦଯାପିତ ହୋଇଛି । ଦ୍ୱିତୀୟ ଦିନରେ ବିଭିନ୍
ୟୁ-ଡାଇସ୍ ପ୍ଲସ୍ ଜାତୀୟ କର୍ମଶାଳା ଉଦଯାପିତ


ଭୁବନେଶ୍ୱର, ୨୮ ଫେବୃୟାରୀ (ହି.ସ)-

ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗର ମିଳିତ ଆନୁକୂଲ୍ୟରେ ଦୁଇ ଦିବସୀୟ ୟୁ-ଡାଇସ୍ ପ୍ଲସ୍ ସମ୍ପର୍କିତ ଜାତୀୟ କର୍ମଶାଳା ଆଜି ଉଦଯାପିତ ହୋଇଛି । ଦ୍ୱିତୀୟ ଦିନରେ ବିଭିନ୍ନ ରାଜ୍ୟ ସେମାନଙ୍କ ବିଭାଗ ଦ୍ୱାରା ଗ୍ରହଣ କରାଯାଇଥିବା ସର୍ବୋତମ ପଦକ୍ଷେପ ଗୁଡ଼ିକୁ ଉପସ୍ଥାପିତ କରିଥିଲେ ଏବଂ ଡାଟା ସଂରକ୍ଷଣ ଫ୍ରେମୱାର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ ।

କେରଳ, ଉତରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ମଣିପୁର ଏବଂ ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟ ୟୁ-ଡାଇସ୍ ପ୍ଲସ୍ ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଓ ପରିଚାଳନା ପାଇଁ ନିଆଯାଇଥିବା ପ୍ରମୁଖ ପଦକ୍ଷେପଗୁଡ଼ିକ ଉପସ୍ଥାପନ କରିଥିଲେ । ଡ଼ାଟାର ଗୁଣବତାକୁ ଉନ୍ନତ କରିବା, ସିଷ୍ଟମ ମଧ୍ୟରେ ସମୟାନୁସାରେ ରିପୋର୍ଟିଂ ସୁନିଶ୍ଚିତ କରିବା ଏବଂ ସଠିକ୍ ଡାଟା ସଂଗ୍ରହକୁ ସୁଦୃଢ଼ କରିବା ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରାଯାଇଥିଲା।

ଦ୍ୱିତୀୟ ଦିନର କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମାଲା ନାୟକ ୟୁ-ଡାଇସ୍ ପ୍ଲସ୍ କୁ ସୁଦୃଢ଼ କରିବା ସମ୍ପର୍କରେ ଆଲୋଚନା କରିବା ସହ ପ୍ରମାଣ-ଆଧାରିତ ଯୋଜନା ଓ ନୀତି ଗଠନକୁ ସମର୍ଥନ କରିବା ପାଇଁ ଶିକ୍ଷାଗତ ତଥ୍ୟ ବ୍ୟବସ୍ଥାରେ ନିରନ୍ତର ଉନ୍ନତି ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଟଊଓଝଋ+ ଡାଟା କ୍ୟାପଚର ଫର୍ମାଟକୁ ଅଧିକ ବ୍ୟାପକ କରିବା ନିମନ୍ତେ ରାଜ୍ୟର ଆବଶ୍ୟକତା ଏବଂ ପରାମର୍ଶ ଉପରେ ମଧ୍ୟ ଆଲୋଚନା କରାଯାଇଛି । ସିବିଏସଇ, ଏନଆଇଓଏସ୍, ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ ଏବଂ ଗୋଆ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ଼ର ପ୍ରତିନିଧିମାନେ ଆଲୋଚନାରେ ଅଂଶଗ୍ରହଣ କରି ଡାଟା ସିଷ୍ଟମରେ ଅଧିକ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ୟୁ-ଡାଇସ୍ ପ୍ଲସ୍କାର୍ଯ୍ୟାନ୍ୱୟନକୁ ସୁଦୃଢ଼ କରିବାରେ ବିଭିନ୍ନ ଅବଦାନ ପାଇଁ ବିଭିନ୍ନ ରାଜ୍ୟ ଏବଂ ଶିକ୍ଷା ବୋର୍ଡ଼ର ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଶ୍ରୀମତୀ ସି. ଏଚ୍ ବିଜୟଲକ୍ଷ୍ମୀ ମଂଚ ପରିଚାଳନା କରିଥିବା ବେଳେ ଶିକ୍ଷା ମନ୍ତ୍ରାଳୟର ଉପନିର୍ଦ୍ଦେଶକ ଆରତୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande