
ଧର୍ମଶାଳା,୨୮ଫେବ୍ରୃଆରୀ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ମହୋତ୍ସବ ପଡିଆରେ ମାର୍ଚ୍ଚ ମାସ ୧ ତାରିଖଠାରୁ ୪ ତାରିଖ ପର୍ଯ୍ୟନ୍ତ ବିଶ୍ୱର କଲ୍ୟାଣ ନିମନ୍ତେ ପଂଚ କୁଣ୍ଡିୟ ଶ୍ରୀ ପିତାମ୍ବରୀ ବିଶ୍ୱଶାନ୍ତି ମହାଯଜ୍ଞର ଆୟୋଜନ କରାଯାଇଛି । ଏନେଇ ଜାରକାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦେବରାଜ ମିଶ୍ର,ପ୍ରଦୀପ ପରିଡା,ସବ୍ୟସାଚୀ ସୁନ୍ଦରାୟ ଓ ପଣ୍ଡିତ ଆଲୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ପ୍ରଥମ ଦିବସରେ ଅଙ୍କୁରାରୋପଣ,ଯଜ୍ଞଶାଳା ଶୋଧନ ଓ ମହାପୂଜା ଉନ୍ମୋଚନ କାର୍ଯ୍ୟ ହେବ । ଦ୍ୱିତୀୟ ଦିବସରେ ବ୍ରାହ୍ମଣୀ ନଦୀ ତଟରୁ କଳସ ଯାତ୍ରା ସହିତ ଯଜ୍ଞରେ ଅଗ୍ନୀ ସଂଯୋଗ ଓ ସନ୍ଧ୍ୟାରେ ଆରତୀ ଓ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବ । ୩ୟ ଦିବସରେ ମହାସ୍ନାନ,ମହାପୂଜା ଓ ଚଣ୍ଡିପାଠ,ସୂର୍ଯ୍ୟପୂଜା,ଗୋପୂଜା ଓ ସନ୍ଧ୍ୟାରେ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ