ଆଜି ଜାତୀୟ ଏଚପିଭି ଟୀକାକରଣର ଶୁଭାରମ୍ଭ କରିଵେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟ ସ୍ତରୀୟ ଅଭିଯାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 28 ଫେବ୍ରୁଆରି (ହି.ସ.)- ଆଜି ଆଜମେରରୁ ଜାତୀୟ ଏଚପିଭି ଟୀକାକରଣର ଶୁଭାରମ୍ଭ କରିଵେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱର କୃଷି ଭବନରୁ ରାଜ୍ୟ ସ୍ତରୀୟ ଅଭିଯାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍
ଆଜି ଜାତୀୟ ଏଚପିଭି     ଟୀକାକରଣର ଶୁଭାରମ୍ଭ କରିଵେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟ ସ୍ତରୀୟ ଅଭିଯାନର     ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 28 ଫେବ୍ରୁଆରି (ହି.ସ.)- ଆଜି ଆଜମେରରୁ

ଜାତୀୟ ଏଚପିଭି ଟୀକାକରଣର ଶୁଭାରମ୍ଭ କରିଵେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱର

କୃଷି ଭବନରୁ ରାଜ୍ୟ ସ୍ତରୀୟ ଅଭିଯାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ

ସହ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ସ୍ୱାସ୍ଥ୍ୟ ସଚିବ ଅଶ୍ୱଥି ଏସ ଓ ଏନଏଚଏମ ନିର୍ଦେଶିକା ଡି ବୃନ୍ଦା

ଉପସ୍ଥିତ ରହିବେ ।

ଜରାୟୁ କର୍କଟ ରୋଗକୁ ଏହି

ପ୍ରତିହତ କରିବ ଏହି ଟୀକା । ପାପିଲୋମା ନାମକ ଏକ ଭାଇରସରୁ ଏହି କ୍ୟାନ୍ସର ବ୍ୟାପିଥାଏ । 14 ରୁ

15 ବର୍ଷ ବୟସ ଭିତରେ ଥିବା କିଶୋରୀ ଝିଅଙ୍କୁ ଗୋଟିଏ ଡୋଜ ଦିଆଯିବ । 3 ମାସ ଧରି ରାଜ୍ୟରେ

ଚାଲିବ ଟୀକାକରଣ । ରାଜ୍ୟର ସମସ୍ତ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରୀଙ୍କ ସହ ଡ୍ରପ ଆଉଟ ଛାତ୍ରୀଙ୍କୁ

ଏହା ଦିଆଯିବ । ମାର୍କେଟରେ ଏହାର ମୂଲ୍ୟ 4 ହଜାର

ଟଙ୍କାରୁ ଅଧିକ ହୋଇଥିବା ବେଳେ ବିନା ମୂଲ୍ୟରେ ଏହି ଟୀକା ଦିଆଯିବ ।

ଓଡ଼ିଶାରେ ୧୪ ରୁ ୧୫ ବର୍ଷ

ବୟସ ମଧ୍ୟରେ ଥିବା ସମସ୍ତ ଯୋଗ୍ୟ କିଶୋରୀ ମାନଙ୍କୁ ଏହି ଅଭିଯାନରେ ସାମିଲ୍ କରାହେବ । ଯେଉଁ

କିଶୋରୀ ବାଳିକା ମାନନକର ୧୪ ତମ ଜନ୍ମଦିନ ଯାଇଥିବ ଏବଂ ୧୫ ତମ ଜନ୍ମଦିନ ହୋଇନଥିବ ସେମାନେ ଏହି

ଟୀକା ନେଇପାରିବେ । ଯଦି କିଶୋରୀଙ୍କୁ ପୂର୍ବରୁ କୌଣସି ଟୀକା ନେବା ପରେ ଆଲର୍ଜି ହୋଇଥାଏ, ଗର୍ଭଧାରଣ କରିଥିଲେ ବା ଗୁରୁତର ଅସୁସ୍ଥ

(ଯେପରିକି ଗୁରୁତର ରକ୍ତହୀନତା, ନିମୋନିଆ, ଜ୍ଵର,

ଇତ୍ୟାଦି) ହୋଇଥିଲେ ଏହି ଟୀକା ନେବେ ନାହିଁ । ଓଡିଶାରେ ପ୍ରାୟ ୩.୩୬ ଲକ୍ଷ

କିଶୋରୀ ବାଳିକା ଏହି ଟୀକା ପାଇବେ ବୋଲି ପ୍ରଥମ ଆକଳନରୁ ଜଣାପଡିଛି ।

ଟିକାକରଣ କାର୍ଯ୍ୟକ୍ରମକୁ

ଅଭିଯାନ ଭିଭିରେ କରାହେବ । ଆଗାମୀ ୩ ମାସର ମଧ୍ୟରେ ସମସ୍ତ ହିତାକାରୀମାନଙ୍କୁ ଟିକା ଦେବାପାଇଁ

ଲକ୍ଷ୍ୟ ରଖାଯାଇଛି I ପ୍ରଥମ

ମାସରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଏବଂ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କରେ ଟିକା ଦିଆଯିବ ଏବଂ ଦ୍ଵିତୀୟ ମାସ ଓ ତୃତୀୟ ମାସରେ ଏହା ପ୍ରାଥାମିକ

ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଦିଆଯିବାର ଯୋଜନା ରହିଛି । ଅଭିଯାନ ସମୟରେ ପ୍ରତ୍ୟେକ୍ ଦିନ

(ଛୁଟି ଦିନକୁ ଛାଡି) ସକାଳ ୯ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଚିକିତ୍ସାଳୟରେ

ଟୀକାକରଣ କରାଯିବ, ପରେ ଏହି ଟୀକାକୁ ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ

ସାମିଲ୍ କରାଯିବ । ପର୍ଯ୍ୟାୟ କ୍ରମେ ସମସ୍ତ ଉପଯୁକ୍ତ ହିତାଧିକାରୀ ମାନଙ୍କୁ ଏହି ଟୀକା

ଦିଆଯିବର ଯୋଜନା ରହିଛି ।

ଏହି ଟୀକା ନେବା ପାଇଁ

ସରକାରଙ୍କ ଦ୍ଵାରା କିଛି ଆବଶ୍ୟକୀୟ ନିୟମାବଳୀ ଜାରି କରାଯାଇଛି । ହିତାଧିକାରୀ ନିଜ ବାପା-ମା' କିମ୍ବା ଅଭିଭାବକଙ୍କ ସହିତ ଆସିବା ଆବଶ୍ୟକ। ଟୀକା

ନେବା ସମୟ ବୟସର ସଠିକତା ନିଶ୍ଚିତ କରିବା ପାଇଁ କିଶୋରୀ ଜଣକ ନିଜ ସାଥ୍ରେ ଏକ ବୈଧ ପରିଚୟ

ପତ୍ର (ଯଥ ଆଧାର କାର୍ଡ, ସ୍କୁଲ ଆଇଡି କିମ୍ବା ଜନ୍ମ ପ୍ରମାଣ ପତ୍ର)

ଆଣିବା ଆବଶ୍ୟକ । ଯଦି କୌଣସି କାରଣରୁ କିଶୋରୀ ଜଣକ ବୟସର ପ୍ରମାଣ ଦେଇପାରୁ ନାହାନ୍ତି,

ତେବେ ସେମାନଙ୍କ ଅଭିଭାବକଙ୍କ କେନ୍ଦ୍ରରେ ଥିବା 'ବୟସ

ଘୋଷଣା ପତ୍ର' ରେ ସ୍ବାକ୍ଷର କରିବାକୁ ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande