
ଭୁବନେଶ୍ୱର, 28 ଫେବ୍ରୁଆରି (ହି.ସ.)- ମୁଖ୍ୟମନ୍ତ୍ରୀ
ଶ୍ରୀ ମୋହନ ଚରଣ ମାଝୀଙ୍କ ତ୍ୱରିତ ପଦକ୍ଷେପ ଏବଂ ରାଜ୍ୟ ସରକାରଙ୍କ ଉତ୍ତମ ପରିଚାଳନା ଯୋଗୁଁ
ଥାଇଲାଣ୍ଡରେ ଫସି ରହିଥିବା ୬ଜଣ ଓଡ଼ିଆ ଯୁବକ ଓଡ଼ିଶା ଫେରିଛନ୍ତି । ଘଟଣା ସମ୍ପର୍କରେ ଜାଣିବା ପରେ ରାଜ୍ୟ ସରକାରଙ୍କ
ପକ୍ଷରୁ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ସହିତ ସମନ୍ୱୟ ରଖି ତୁରନ୍ତ ପଦକ୍ଷେପ
ନିଆଯାଇଥିଲା। ନୂଆଦିଲ୍ଲୀସ୍ଥିତ ଓଡ଼ିଶାର ମୁଖ୍ୟ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ଏବଂ ଓଡ଼ିଶା
ପରିବାର ନିର୍ଦ୍ଦେଶାଳୟର ମିଳିତ ଉଦ୍ୟମରେ ସମସ୍ତ ଓଡ଼ିଆ ଯୁବକ ଓଡ଼ିଶା ପ୍ରତ୍ୟାବର୍ତ୍ତନ
କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା