
ଭୁବନେଶ୍ୱର, 28 ଫେବ୍ରୁଆରି (ହି.ସ.)- ପୋଖରୀପୁଟ
ନିକଟରେ ଅୟୋ ହୋଟେଲରେ ପ୍ରେମିକା ସାମ୍ନାରେ ପ୍ରେମିକ ଝୁଲିପଡିବା ଘଟଣାରେ ହତ୍ୟା ମାମଲା ରୁଜୁ
କରିଛି ଏୟାରପୋର୍ଟ ଥାନା ପୋଲିସ । ମୃତକ ବୁବୁନା ପ୍ରଧାନଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ
ହତ୍ୟା ମାମଲା ରୁଜୁ ହୋଇଛି । ପ୍ରେମିକା ବର୍ଷାକୁ
ଡାକି ଜେରା କରିଛି ପୋଲିସ । ଗତ 19ତାରିଖ ଦିନ ଓୟୋ ହୋଟେଲରୁ ବୁବୁନାଙ୍କ ଝୁଲନ୍ତା ମୃତଦେହ
ଉଦ୍ଧାର କରିଥିଲା ପୋଲିସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା