ଭଞ୍ଜପୁର–ପୁରୀ ସ୍ପେସିଆଲ୍ ଟ୍ରେନ୍ର ସ୍ଥାୟୀକରଣକୁ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 28 ଫେବ୍ରୁଆରି (ହି.ସ.)- ଭଞ୍ଜପୁର–ପୁରୀ ସ୍ପେସିଆଲ୍ ଟ୍ରେନ୍ର ସ୍ଥାୟୀକରଣକୁ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧ
ଭଞ୍ଜପୁର–ପୁରୀ ସ୍ପେସିଆଲ୍ ଟ୍ରେନ୍ର ସ୍ଥାୟୀକରଣକୁ ଅନୁମୋଦନ ଦେଇଥିବାରୁ     ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 28 ଫେବ୍ରୁଆରି (ହି.ସ.)- ଭଞ୍ଜପୁର–ପୁରୀ ସ୍ପେସିଆଲ୍ ଟ୍ରେନ୍ର ସ୍ଥାୟୀକରଣକୁ ଅନୁମୋଦନ ଦେଇଥିବାରୁ

ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ

ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟ୍ରେନ୍ ନମ୍ବର 08011/08012 ଭଞ୍ଜପୁର–ପୁରୀ ସ୍ପେସିଆଲ୍ ଟ୍ରେନ୍ର ସ୍ଥାୟୀକରଣକୁ ଅନୁମୋଦନ କରିଥିବା ପାଇଁ ଧନ୍ୟବାଦ

ଜଣାଉଛି ।

ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି

ଓଡିଶାରେ ରେଳ ସଂଯୋଗକୁ ଅଧିକ ସୁଦୃଢ଼ କରିବ। ଏଥିରୁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଲୋକମାନେ ଭୁବନେଶ୍ୱର ଏବଂ ପୁରୀ ସହ

ଉନ୍ନତ ଯାତାୟାତ ସୁବିଧା ପାଇବେ, ସହିତେ ଗତିଶୀଳତା, ପର୍ଯ୍ୟଟନ ଓ ଅଞ୍ଚଳୀୟ ଉନ୍ନତିକୁ ମଧ୍ୟ ଉତ୍ସାହିତ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande