ମଣିପୁରରେ କେସିପି ଓ ୟୁଏନଏଲଏଫର ତିନି ଉଗ୍ରବାଦୀ ଗିରଫ
ଇମ୍ଫାଲ, 01 ମାର୍ଚ୍ଚ (ହି.ସ.)- ମଣିପୁର ପୋଲିସ୍ ଶନିବାର ଭିନ୍ନ-ଭିନ୍ନ ଅଭିଯାନରେ ନିଷିଦ୍ଧ ଉଗ୍ରବାଦୀ ସଂଗଠନମାନଙ୍କର ତିନିଜଣ କ୍ୟାଡରକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ କେସିପି (ନୌଙ୍ଗଦ୍ରେନଖୋମ୍ବା)ର ଜଣେ ସଦସ୍ୟ ଏବଂ ୟୁଏନଏଲଏଫ୍ (କୋଇରେଙ୍ଗ)ର ଦୁ
ମଣିପୁରରେ କେସିପି ଓ     ୟୁଏନଏଲଏଫର ତିନି ଉଗ୍ରବାଦୀ ଗିରଫ


ଇମ୍ଫାଲ, 01 ମାର୍ଚ୍ଚ (ହି.ସ.)- ମଣିପୁର ପୋଲିସ୍

ଶନିବାର ଭିନ୍ନ-ଭିନ୍ନ ଅଭିଯାନରେ ନିଷିଦ୍ଧ ଉଗ୍ରବାଦୀ ସଂଗଠନମାନଙ୍କର ତିନିଜଣ କ୍ୟାଡରକୁ ଗିରଫ

କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ କେସିପି (ନୌଙ୍ଗଦ୍ରେନଖୋମ୍ବା)ର ଜଣେ ସଦସ୍ୟ ଏବଂ

ୟୁଏନଏଲଏଫ୍ (କୋଇରେଙ୍ଗ)ର ଦୁଇଜଣ ସକ୍ରିୟ କ୍ୟାଡର ଅଛନ୍ତି।

ମଣିପୁର ପୁଲିସ୍ ମୁଖ୍ୟାଳୟରୁ

ଆଜି ଜାରି ହୋଇଥିବା ଆଧିକାରିକ ସୂଚନା ଅନୁସାରେ, ପୁଲିସ୍

ଇମ୍ଫାଲ ପଶ୍ଚିମ ଜିଲ୍ଲାର ସିଙ୍ଗଜାମେଇ ଥାନା ଅଞ୍ଚଳ ଅଧୀନ ଖାଗେମପଲ୍ଲୀ ପଂଖା ନଗାନାପୀ ଥୋଙ୍ଗ

ମାମାଙ୍ଗ ସ୍ଥିତ ତାଙ୍କ ଘରରୁ କେସିପି (ନୌଙ୍ଗଦ୍ରେନଖୋମ୍ବା)ର କ୍ୟାଡର ଲୈଶ୍ରାମ ମୋନିଶ ସିଂହ ଓରଫ

ଟମ୍ (୨୩)ଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରାଯାଇଛି।

ଅନ୍ୟ ଗୋଟିଏ ଅଭିଯାନରେ

ଇମ୍ଫାଲ ପୂର୍ବ ଜିଲ୍ଲାର ପୋରୋମପତ ଥାନା ଅଞ୍ଚଳର ଵାଙ୍ଖେଇ ଆୟାଙ୍ଗପଲ୍ଲୀରୁ ୟୁଏନଏଲଏଫ୍

(କୋଇରେଙ୍ଗ)ର ଦୁଇଜଣ କ୍ୟାଡରକୁ ଧରାଯାଇଛି। ସେମାନଙ୍କ ପରିଚୟ ସ୍ୱଯଂଘୋଷିତ ସେକେଣ୍ଡ

ଲେଫ୍ଟିନେଣ୍ଟ ଅସୀମ ନୋଙ୍ଗପୋକଙ୍ଗନବା ମୈତେଇ ଓରଫ ନାଙ୍ଗୋଇବା (୩୨) ଏବଂ ଥାଙ୍ଗଜାମ ଗାନ୍ଧୀ

ମୈତେଇ ଓରଫ ଯାଇମା (୨୭) ଭାବେ ହୋଇଛି। ଉଭୟଙ୍କ ଉପରେ ଅର୍ଥ ଆଦାୟ (ବଟି) କାର୍ଯ୍ୟକଳାପରେ ଜଡିତ

ଥିବା ଅଭିଯୋଗ ରହିଛି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ପିସ୍ତଲ୍, ଦୁଇଟି ମ୍ୟାଗାଜିନରେ ଭରା ୧୬ଟି ଜୀବନ୍ତ କାର୍ତୂସ୍ ଏବଂ ଗୋଟିଏ

ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande