ମଞ୍ଚେଶ୍ୱର ଜିଜିପି କଲୋନି ସ୍କୁଲ ପଡିଆରେ ଯୁବକଙ୍କୁ ନିର୍ମମ ହତ୍ୟା, 3ଜଣଙ୍କୁ ଅଟକ
ଭୁବନେଶ୍ୱର, 01 ମାର୍ଚ୍ଚ (ହି.ସ.)- ରାଜଧାନୀ ପୁଣି ଗଡିଲା ମୁଣ୍ଡ । ଯୁବକଙ୍କୁ ନିର୍ମମ ହତ୍ୟା । ମଞ୍ଚେଶ୍ୱର ଜିଜିପି କଲୋନି ସ୍କୁଲ ପଡିଆରେ ଯୁବକଙ୍କ ଛାତିରେ ବାରମ୍ବାର ଛୁରୀ ଭୂଷି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତ ଯୁବକ ହେଲେ ରାହୁଲ ମହାରଣା। ଯୁବକ ହେଉଛନ୍ତି
ମଞ୍ଚେଶ୍ୱର ଜିଜିପି କଲୋନି     ସ୍କୁଲ ପଡିଆରେ ଯୁବକଙ୍କୁ ନିର୍ମମ ହତ୍ୟା, 3ଜଣଙ୍କୁ ଅଟକ


ଭୁବନେଶ୍ୱର, 01 ମାର୍ଚ୍ଚ (ହି.ସ.)- ରାଜଧାନୀ ପୁଣି

ଗଡିଲା ମୁଣ୍ଡ । ଯୁବକଙ୍କୁ ନିର୍ମମ ହତ୍ୟା । ମଞ୍ଚେଶ୍ୱର ଜିଜିପି କଲୋନି ସ୍କୁଲ ପଡିଆରେ

ଯୁବକଙ୍କ ଛାତିରେ ବାରମ୍ବାର ଛୁରୀ ଭୂଷି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତ ଯୁବକ ହେଲେ

ରାହୁଲ ମହାରଣା। ଯୁବକ ହେଉଛନ୍ତି ସ୍ଥାନୀୟ ଅଂଚଳର ଗ୍ୟାସ

ବ୍ୟବସାୟୀ, ଏହା ସହ ସେ ଜଣେ ୟୁଟୁବର। ହତ୍ୟାକାଣ୍ଡ ପରେ ମୃତ ଦେହ ଜବତ କରିଛି ପୋଲିସ ।

ଏହି ଘଟଣାରେ 3ଜଣଙ୍କୁ ଅଟକ ରଖି ପୋଲିସର ଛାନଭିନ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଜବତ ହୋଇଛି

। ଅଟକ ଥିବା ଅଭିଯୁକ୍ତ ମାନଙ୍କ ନିକଟରୁ ଛୁରୀ ଜବତ କରିଛି ପୋଲିସ । ମୃତକଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା

ରୁଜୁ କରି ତଦନ୍ତ କରୁଛି ପୋଲିସ ।

ଘଟଣାସ୍ଥଳରେ ଭୁବନେଶ୍ବର ଡିସିପି ଏବଂ

ମଞ୍ଚେଶ୍ବର ଥାନା ପୋଲିସ ପହଂଚି ଖୋଳତାଡ଼ କରିଛନ୍ତି । ସ୍ଥାନୀୟ ଅଂଚଳ ସିସିଟିଭି ଓ ସାକ୍ଷୀଙ୍କ

ବୟାନ ଅନୁସାରେ ଆରମ୍ଭ ହେଇଛି ତଦନ୍ତ । ପଡିଆ ଭିତରେ ଥୁଆ ହୋଇଛି ମଦ ବୋତଲ ସହ ମଦ ଗ୍ଲାସ ।

ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଂଚି ଛାନଭିନ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande