
ମାଲକାନଗିରି,୧ ମାର୍ଚ୍ଚ (ହି.ସ.)ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ବଡିଗେଟା ପଞ୍ଚାୟତ ଏବଂ ତେଲେରାଇ ପଞ୍ଚାୟତ ର ଶହ ଶହ ଚାଷୀ ଆସି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶହ ଶହ ଧାନ ବସ୍ତା ରଖି ପ୍ରତିବାଦ ଜଣାଇବା ସହ ୩୨୬ ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରିଥିଲେ | ଘଟଣା ରୁ ପ୍ରକାଶ ଯେ ଆଜି ବଡିଗେଟା ଏବଂ ତେଲେରାଇ ପଞ୍ଚାୟତ ର ଧାନ ମଣ୍ଡି କାଲିମେଳା ପଞ୍ଚାୟତ ର ଏମ ଭି ୯୦ ଗ୍ରାମର ଶେଷରେ ଥିବା ଫାର୍ମ କଲୋନୀ ରେ ହେଉଛି | ଯାହାର ଆଜି ଧାନ ୩ ହଜାର କୁଇଣ୍ଟାଲ କିଣିବା ପାଇଁ ଧାର୍ଯ୍ୟ ହୋଇଥିଲା କିନ୍ତୁ ଠିକ ସମୟରେ ୬ଶହ କୁଇଣ୍ଟାଲ ଧାନ କିଣିବା ପାଇଁ ସୂଚନା ଆସିବାରୁ ସମସ୍ତ ଚାଷୀ ଖୁବ୍ଧ ହୋଇ କାଲିମେଳା ପଞ୍ଚାୟତ ସମିତି ଆଗରେ ଗାଡ଼ିରେ ଧାନ ଆଣି ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଥିଲେ | ସେହିପରି ଗମ୍ପାକୋଣ୍ଡା ପଞ୍ଚାୟତରେ ଆଜି ମଣ୍ଡି ଥିଲା!କିନ୍ତୁ ଏଠାରେ ମଧ୍ୟ ଚାଷୀ ମାନେ ସେମାନଙ୍କ ଟୋକେନ ତାରିଖ ଶେଷ ହେବାକୁ ଥିବା ବେଳେ ଧାନ କିଣା ଯାଉନଥିବାରୁ ଏହାର ପ୍ରତିବାଦ ରେ ଏମଭି ୬୬ଠାରେ ଜାତୀୟରାଜପଥ ରେ ଧାନ ବସ୍ତା ରଖି ପ୍ରତିବାଦ କରିଥିଲେ!ଫଳରେ ରାସ୍ତା ର ଉଭୟ ପଟେ ଦୁଇ ଘଣ୍ଟା ଧରି ଯାନବାହାନ ଅଟକି ରହିଥିଲା!ଏହି ଘଟଣା ଜାଣିବା ପରେ ଏମଭି ୬୬ ଓ କାଲିମେଳା ବ୍ଳକ ସମ୍ମୁଖ କୁ କାଲିମେଳା ଖାଦ୍ୟ ଯୋଗାଣ ଅଧିକାରୀ ଚିନ୍ମୟ ସାହୁ, କାଲିମେଳା ସମବାୟ ସମିତି ର ଏମ ଡି. ଚନ୍ଦନ ମାଦଳା ଏବଂ କାଲିମେଳା ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ ଯାଇ ପରିସ୍ଥିତି କୁ ନିୟନ୍ତ୍ରଣ ରେ ଆଣି ଚାଷୀଙ୍କୁ ବୁଝା ସୁଝା କରିଥିଲେ !ଏମଭି ୯୦ମଣ୍ଡିର କ୍ଷମତା କୁ ୩ ହଜାର କୁଇଣ୍ଟାଲ କୁ ବଢ଼ାଇବା ଓ ଗମ୍ପାକୋଣ୍ଡା ମଣ୍ଡି ରେ ୧୨୦୦କୁଇଣ୍ଟାଲ ପରିବର୍ତ୍ତେ ଆଉ ୩୦୦କୁଇଣ୍ଟାଲ ବଢ଼ାଇବାକୁ କହିବାରୁ ଚାଷୀ ରାସ୍ତା ଅବରୋଧ ରୁ ଉଠିଥିଲେ!
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ