ସୁନାବେଡ଼ାରେ ମାଗଣା ସ୍ଵାସ୍ଥ୍ୟ ଶିବିର ଆୟୋଜିତ
ନୂଆପଡା, ୧ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଠାରେ ଆଜି ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହାୟତାରେ ସଂଜୀବନୀ ସ୍ୱାସ୍ଥ୍ୟ ସେବା ପକ୍ଷରୁ ଏକ ଆମ୍ବୁଲେନ୍ସ ଯୋଗେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Magana swasthya sibir


ନୂଆପଡା, ୧ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଠାରେ ଆଜି ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହାୟତାରେ ସଂଜୀବନୀ ସ୍ୱାସ୍ଥ୍ୟ ସେବା ପକ୍ଷରୁ ଏକ ଆମ୍ବୁଲେନ୍ସ ଯୋଗେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଭୟାରଣ୍ୟରେ ପ୍ରତ୍ୟେକ ଗ୍ରାମକୁ ଗ୍ରାମ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ସେଠାରେ ମାଗଣା ଔଷଧ ବଣ୍ଟନ କରିଛନ୍ତି। ସେହିପରି ଉଚ୍ଚ ରକ୍ତଚାପ, ମଧୁମେହ ଏବଂ ରକ୍ତ ନମୂନା ପରୀକ୍ଷା କରି ଉନ୍ନତମାନର ଔଷଧ ବିତରଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande