ମନ୍ଥର ଗତିରେ ମେଗା ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ, ନିର୍ମାଣ ଆରମ୍ଭକୁ ପାଞ୍ଚ ବର୍ଷ ବିତିଲା
ଜୟପୁର, ୧ ମାର୍ଚ୍ଚ (ହି.ସ.)- କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ରେ ସରୁନି ମେଗା ପାଣି ଟାଙ୍କି ନିର୍ମାଣ l ଆଗକୁ ଆସୁଛି ଗ୍ରୀଷ୍ମଋତୁ ଏବେଠୁ ଶୁଖିବାକୁ ଆରମ୍ଭ ହେଲାଣି ଜଳାଶୟ l ସେପଟେ ମନ୍ଥର ଗତିରେ ଚାଲିଛି ମେଗା ପାନୀୟ ଜଳ ପ୍ରକଳ୍ପର ଟ୍ୟାଙ୍କି ନିର୍ମାଣ କାର୍ଯ୍ୟ l ଗାଁ ଗାଁରେ କେବେ ପହଂଚ
ମନ୍ଥର ଗତିରେ   ମେଗା ପାଣି ଟ୍ୟାଙ୍କି ନିର୍ମାଣ କାର୍ଯ୍ୟ , ନିର୍ମାଣ ଆରମ୍ଭକୁ ପାଞ୍ଚ ବର୍ଷ ବିତିଲା,


ଜୟପୁର, ୧ ମାର୍ଚ୍ଚ (ହି.ସ.)- କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ରେ ସରୁନି ମେଗା ପାଣି ଟାଙ୍କି ନିର୍ମାଣ l ଆଗକୁ ଆସୁଛି ଗ୍ରୀଷ୍ମଋତୁ ଏବେଠୁ ଶୁଖିବାକୁ ଆରମ୍ଭ ହେଲାଣି ଜଳାଶୟ l ସେପଟେ ମନ୍ଥର ଗତିରେ ଚାଲିଛି ମେଗା ପାନୀୟ ଜଳ ପ୍ରକଳ୍ପର ଟ୍ୟାଙ୍କି ନିର୍ମାଣ କାର୍ଯ୍ୟ l ଗାଁ ଗାଁରେ କେବେ ପହଂଚିବ ବିଶୁଦ୍ଧ ପାଣି ସେ ନେଇ ଚିନ୍ତାରେ ବୈପାରୀଗୁଡା ବ୍ଲକ ଦଶମନ୍ତପୁର ପଂଚାୟତ ବାସୀ । ଦଶମନ୍ତପୁର ପଂଚାୟତରେ ମୋଟ ୧୪ ୱାର୍ଡ ଥିବା ବେଳେ ୩୮ଟି ଗାଁ ରହିଛି l ପ୍ରାୟ ଦଶ ହଜାରରୁ ଊର୍ଦ୍ଧ୍ଵ ଲୋକେ ବସବାସ କରନ୍ତି l ହେଲେ ଏହି ପଂଚାୟତ ବାସୀଙ୍କୁ ପାଇପ ପାଣି ଯୋଗାଇ ଦେବା ପାଇଁ ମେଗା ପକ୍ଷରୁ ଟାଙ୍କି ନିର୍ମାଣ ତ ହେଉଛି କିନ୍ତୁ ପାଞ୍ଚ ବର୍ଷ ବିତିଲା ଟାଙ୍କି ନିର୍ମାଣ କାମ ସରୁନି l ବିଭାଗୀୟ ଅଧିକାରୀଙ୍କ ଅବହେଳା କିମ୍ବା ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁ ମେଗା ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକ କଚ୍ଛପ ଗତିରେ ଚାଲିଛି। ବିଶେଷ କରି ପଂଚାୟତର ଗିରୀଲପୁଟ, ଗlଡ଼ପୁଟ, ଜାମଯୋଡି, ତୋଟାଗୁଡା ଭଳି ଅନେକ ଗାଁ ରେ ପାଣି ସମସ୍ୟା ରହିଛି l ମେଗା ପାଣି ପାଇଲେ ସମସ୍ୟା ସମାଧାନ ହେବ କିନ୍ତୁ କାମ ସରୁନି, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସରପଞ୍ଚ ଏବଂ ଗ୍ରାମବାସୀ l

ସୂଚନା ଥାଉକି, ବୈପାରୀଗୁଡା ବ୍ଲକ ବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଲମତାପୁଟ ରାସ୍ତା ପେଟାଘାଟି ନିକଟରେ ଆରମ୍ଭ ହେଲା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ l ଏହି କାର୍ଯ୍ୟ ଏକ ଘରୋଇ ଠିକା କମ୍ପାନୀ ଦ୍ୱାରା ଗତ ୨୦୨୧ ମସିହାରୁ ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୨୦୨୩ ସୁଦ୍ଧା ନିର୍ମାଣ କାର୍ଯ୍ୟ ସରିବା ସହ ଜଳ ଯୋଗାଣ ହେବାର ଥିଲା l ଏଥିରେ ୧୮ଟି ପଂଚାୟତର ୨୮ ହଜାର ୨୫୦ ପରିବାର ଉପକୃତ ହେବେ l ଏଥିପାଇଁ ୧୬୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା l ନିର୍ମାଣ କାର୍ଯ୍ୟ ଆରମ୍ଭକୁ ପାଞ୍ଚ ବର୍ଷ ବିତିଲା l ଇତିମଧ୍ୟରେ ବ୍ଲକରେ ୧୬ଟି ଟାଙ୍କି ନିର୍ମାଣ କାମ ଶେଷ ହୋଇଥିବା ବେଳେ ହଳଦୀକୁଣ୍ଡ ଏବଂ ଦଶମନ୍ତପୁର ପାଣି ଟାଙ୍କି ଏ ପର୍ଯ୍ୟନ୍ତ କାମ ସରିନି l ଅନ୍ୟ ପଂଚାୟତ ପାଇଁ ପାଣି ଯାଞ୍ଚ କାମ ଆରମ୍ଭ ହୋଇଯାଇଛି କିନ୍ତୁ ଦଶମନ୍ତପୁର ପଂଚାୟତ ବାସୀ କେବେ ପାଣି ପାଇବେ ତାହାକୁ ନେଇ ଚିନ୍ତାରେ ଅଛନ୍ତି l ଗ୍ରୀଷ୍ମ ଆରମ୍ଭ ପୂର୍ବରୁ ପାଇପ ପାଣି ନ ମିଳିଲେ ଅଗାମି ଦିନରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ସରପଞ୍ଚ ଆର ରୋହିତ କୁମାର ଏବଂ ଗ୍ରାମବାସୀ l ତେଣୁ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବାକୁ ମତ ପ୍ରକାଶ ପାଇଛି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande