ଘରୁ ରାଗି ଆସିଥିବା ଶିଶୁ ଉଦ୍ଧାର, ପରିବାରକୁ ହସ୍ତାନ୍ତର
କୋରେଇ, ୧ ମାର୍ଚ୍ଚ (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳେଇପୁର ପଂଚାୟତର ତେଲିଆ ଗ୍ରାମରୁ ଆଜି ଘରୁ ରାଗି ପଳାଇ ଆସିଥିବା ଜଣେ ଶିଶୁକୁ ଉଦ୍ଧାର କରାଯାଇ ତା''ର ପରିବାରକୁ ହସ୍ତାନ୍ତର କରାଯାଇଛି । ପ୍ରକାଶଯେ, ସକାଳ କୁହୁଡିର ସୁଯୋଗ ନେଇ ଘରୁ ରାଗି ପରଦେଶୀ ଗଡିଆ ଗ୍ରାମର ଆଦିବାସୀ ସାହିର ଏକ
ଘରୁ ରାଗି ଆସିଥିବା ଶିଶୁ ଉଦ୍ଧାର, ପରିବାରକୁ ହସ୍ତାନ୍ତର


କୋରେଇ, ୧ ମାର୍ଚ୍ଚ (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳେଇପୁର ପଂଚାୟତର ତେଲିଆ ଗ୍ରାମରୁ ଆଜି ଘରୁ ରାଗି ପଳାଇ ଆସିଥିବା ଜଣେ ଶିଶୁକୁ ଉଦ୍ଧାର କରାଯାଇ ତା'ର ପରିବାରକୁ ହସ୍ତାନ୍ତର କରାଯାଇଛି । ପ୍ରକାଶଯେ, ସକାଳ କୁହୁଡିର ସୁଯୋଗ ନେଇ ଘରୁ ରାଗି ପରଦେଶୀ ଗଡିଆ ଗ୍ରାମର ଆଦିବାସୀ ସାହିର ଏକ ପିଲା ଘରୁ ପଳାଇ ଅସି ତେଲିଆ ଗ୍ରାମରେ ପହଂଚିଥିଲା । କିଛି ଯୁବକ ତାକୁ ଅଟକାଇ ପଚାରିବାରୁ ସେ ତା'ର ଠିକଣା କହିନଥିଲା । ତେଣୁ ସେମାନେ ଆମେ ଆପଣଙ୍କ ପାଇଁ ହେଲପିଂଗ ଗ୍ରୁପକୁ ଜଣାଇଥିଲେ । ସଭାପତି ଅଶୋକ କୁମାର ଦାସ ସେଠାରେ ପହଂଚି ପିଲାଟି ଠାରୁ ସବୁ ଜାଣିବା ପରେ ତା'ର ପରିବାରକୁ ଡାକି ହସ୍ତାନ୍ତର କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande